You are currently viewing ଓଲଟିଲା ଗଂଜେଇ ବୋଝେଇ ଟ୍ରକ

ଓଲଟିଲା ଗଂଜେଇ ବୋଝେଇ ଟ୍ରକ

  • Post category:ଓଡିଶା
  • Reading time:1 mins read

ଭଂଜନଗର(ଏଏନଏସ)୨୦/୦୪, ଆଜି ସକାଳ ସମୟରେ ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳି ଗ୍ରାମ ନିକଟରେ ପିକ୍ ଅପ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ପାଖାପାଖି ୮-୧୦ ଗୋଟି ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଛି। ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ହେବା ପରେ ଏଥିରୁ ବିପୁଳ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଛି ।

            ସୂଚନାରୁ ପ୍ରକାଶଯେ  କନ୍ଧମାଳ ସୀମାରେ ଦୁର୍ଗାପ୍ରସାଦ ନିକଟରେ ପୁଲିସ ପକ୍ଷରୁ ପେଟ୍ରୋଲିଂ ହେଉଥିବାବେଳେ କନ୍ଧମାଳ ଜିଲ୍ଲା ପଟୁ ଆସୁଥିବା ଏହି ପିକ୍ ଅପ ଭ୍ୟାନଟି ପୁଲିସ ଗାଡିକୁ ଦେଖି ବ୍ରାହ୍ମଣପଦର,ଗାଲେରୀ ରାସ୍ତା ଦେଇ ଭଞ୍ଜନଗର ଅଭିମୁଖେ ଆସୁଥିବାବେଳେ ଭାରସାମ୍ୟ ହରାଇ ଗୁଜୁରାଳି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରୁ ସମସ୍ତେ ଚମ୍ପଟ ମାରିଥିବାବେଳେ ପୁଲିସ ଜଣଙ୍କୁ ଅଟକ ରଖିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରାଯାଇ ଜବତ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି |
ଅନ୍ୟମାନଙ୍କୁ ଜଣାନ୍ତୁ।