ଆଖଣ୍ଡଳମଣିଙ୍କ ୨୧ଦିନ ବ୍ଯାପି ଚନ୍ଦନଯାତ୍ରା ଆରମ୍ଭ

ଆରଡି-୧୬.୫.୨୧, ଆଜି ପବିତ୍ର ଅକ୍ଷୟତୃତୀୟା । ଏହି ଅବସରରେ ଆଜିଠାରୁ ଉତ୍କଳଭଉଁରୀ ଯାଏଁ  ୨୧ଦିନ ଧରି ଚାଲିବ  ବାବା ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା। ଏଥିପାଇଁ ମଣିବାବାଙ୍କ ମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତୀକାନ୍ତୀ। ଭୋର ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି, ଜଳାଭିଷେକ ନୀତି ସରିବା ପରେ  ନବବସ୍ତ୍ର, ଫୁଲ, ଚନ୍ଦନ ଲାଗି କରାଯାଇ ଦିଗମ୍ବର ବେଶରେ ବାଲ୍ଯଭୋଗ ଅର୍ପଣ କରାଯାଇଛି । ଚନ୍ଦନ ନୀତିକାନ୍ତି ନିମନ୍ତେ ମଣିବାବାଙ୍କ ଚଳନ୍ତିପ୍ରତିମା ଚନ୍ଦ୍ରଶେଖରଙ୍କୁ ଏକ ସୁସଜ୍ଜିତ ବିମାନରେ ବିଜେ କରାଯାଇ ମନ୍ଦିର ବେଢା ପରିକ୍ରମା କରାଯାଇ ମୁକ୍ତି ମଣ୍ଡପକୁ ବିଜେ କରାଯିବ। ରୀତିନୀତି ଅନୁଯାଇ ଚାପନୀତି କରାଯିବ। ଚଳିତବର୍ଷ ମହାମାରୀ କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଚନ୍ଦନନୀତି ମନ୍ଦିର ଭିତରବେଢାରେ ସମ୍ପନ୍ନ କରାଯିବ ବୋଲି ଭଦ୍ରକ ଉପଜିଲାପାଳ କହିଛନ୍ତି। ଏପଟେ ଚାପଖେଳ ଶିବଗଙ୍ଗା ପୁଷ୍କରିଣୀରେ ବନ୍ଦ ରଖାଯିବା ସହ ପୀଠରେ ୧୪୪ଧାରା ଜାରି କରାଯାଇଛି।

Leave A Reply

Your email address will not be published.