You are currently viewing ଦେବଗଡ଼ରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଦେବଗଡ଼ରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଦେବଗଡ଼-୦୯.୧୦.୨୦୨୧, ଆଜି ଦେବଗଡ଼ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଫଳରେ ଜିଲ୍ଲାର ୨ ଲକ୍ଷ ୭୦ ହଜାର ପରିବାର ଉପକୃତ ହେବେ । ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ସମେତ ୭୦୭ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଭୁବନେଶ୍ବରରୁ ଭର୍ଚ୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ଦେବଗଡ ସହର ଇନଡୋର ଷ୍ଟାଡିୟମଠାରେ ଉଦଘାଟନ ଉତ୍ସବ ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦ ଲକ୍ଷ ଲୋକ ଏହି ସ୍ମାର୍ଟ ହେଲଥ କାର୍ଡ ପାଇଥିବା ବେଳେ, ୧୦,୬୫୭ ଜଣ ହିତାଧିକାରୀ ବିଭିନ୍ନ ଘରୋଇ ଡାକ୍ତରଖାନାରେ କୋଡ଼ିଏ କୋଟି ଟଙ୍କାର ସ୍ବାସ୍ଥ୍ୟ ସୁବିଧା ପାଇଲେଣି । ୯୬ ଲକ୍ଷ ପରିବାର ସ୍ମାର୍ଟ ହେଲଥ କାର୍ଡ ପାଇବେ । ଏପରି ସେବା ଯୋଗାଇଦେବାରେ ଦେଶରେ ଓଡ଼ିଶା ପ୍ରଥମ । ପ୍ରତ୍ୟେକ ଲୋକର ଜୀବନ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ନବ କିଶୋର ଦାସ, ଦିବ୍ୟ ଶଙ୍କର ମିଶ୍ର, ସୁଶାନ୍ତ ସିଂହ, ଅରୁଣ କୁମାର ସାହୁ ଓ ବିଭିନ୍ନ କର୍ପୋରେସନର ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।