You are currently viewing ତାରାଙ୍କୁ କରୋନା

ତାରାଙ୍କୁ କରୋନା

ଭୁବନେଶ୍ୱର-୦୬.୦୬.୨୦୨୧, ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ସକରାତ୍ମକ ଚିହ୍ନଟ ହେବା ପରେ ଭୁବନେଶ୍ବରର ସମ୍ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଏନେଇ ତାଙ୍କ ପତ୍ନୀ ସୂଚନା ଦେଇଛନ୍ତି।
ସୂଚନାଅନୁସାରେ, ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଉଥିଲା । କରୋନା ପରୀକ୍ଷଣ କରାଯିବା ପରେ କରୋନା ପଜିଟିଭ ରିପୋର୍ଟ ଆସିଥିଲା । ଏହା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।