You are currently viewing ଡମ୍ବସମାଜ ବିକାଶ ପରିଷଦର ବୈଠକ

ଡମ୍ବସମାଜ ବିକାଶ ପରିଷଦର ବୈଠକ

  • Post category:ଓଡିଶା
  • Reading time:1 mins read

କଳାହାଣ୍ଡି(ରାମକୁମାର ସେନାପତି), କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କେଗାଁ ଜୋନର ତୁରିଛଡ଼ା ଗ୍ରାମରେ ଡ଼ମ୍ବସମାଜର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । କେଗାଁ ଜୋନ ସଭାପତି କ୍ଷେତ୍ରମୋହନ ଛତ୍ରୀଆ ଏହି ସଭାର ଆୟୋଜନ କରିଥିଲେ । କୋଭିଡନିୟମ ପାଳନ କରି ଗୋଳାମୁଣ୍ଡା ବ୍ଲକ ଡମ୍ବସମାଜବିକାଶ ପରିଷଦର ସଭାପତି ରାମକୁମାର ସେନାପତିଙ୍କ ନେତୃତ୍ୱରେ ସମାଜର ବିକାଶ ତଥା ଶିକ୍ଷା କ୍ଷେତ୍ର, ଆର୍ଥିକ କ୍ଷେତ୍ର ଓ ରାଜନୈତିକ କ୍ଷେତ୍ର ଦିଗରେ ଆଲୋଚନା ହୋଇଥିଲା । ସମସ୍ତେ ବାବାସାହେବ ଆମ୍ବେଦକରଙ୍କ ନୀତି ଆଦର୍ଶକୁ ଅନୁସରଣ କରି,ଶିକ୍ଷିତ ହେବା,ସଂଗଠିତ ହେବା, ଓ ସଂଘର୍ଷ କରିବା ପାଇଁ ଆଲୋଚନା କରିଥିଲେ । ତତସହିତ ନାରୀ ସଶକ୍ତିକରଣ କରବା ପାଇଁ ଜୋନରେ ମହିଲାମଣ୍ଡଳ ଗଠନ ଦିଗରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଗୋଳାମୁଣ୍ଡା ଜୋନ ସଭାପତି ମନୁ ମଂଗରାଜ,କେଗାଁ ଜୋନ ସମ୍ପାଦକ ସୁଦର୍ଶନ ବେଶ୍ରା, କେଶରୀ ମଂଗରାଜ,ନୂଆପଡା ଜିଲ୍ଲାରୁ ଆସିଥିବା ବୈକୁଣ୍ଠ ତାଣ୍ଡି,ମାଲଖମତାଣ୍ଡି, ରଘୁନାଥ ତାଣ୍ଡି,ବିଶ୍ଵାମିତ୍ର ମଂଗରାଜ ଉପେନ୍ଦ୍ର ତାଣ୍ଡି,ସୁଶାନ୍ତ ମଂଗରାଜ, ପ୍ରେମ ମଂଗରାଜ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟରେ ସହଯୋଗ କରିଥିଲେ । ଦଶପୁର ଜୋନ ସାଧାରଣ ସମ୍ପାଦକ ଭାଗ୍ୟଵାନ ବାଗ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।