You are currently viewing ପ୍ରଥିତଯଶା ଗୀତିକବି ଜିତେନ୍ଦ୍ର ପଟ୍ଟନାୟକଙ୍କ ପୂଣ୍ୟ ତିଥୀ ସମାରୋହ

ପ୍ରଥିତଯଶା ଗୀତିକବି ଜିତେନ୍ଦ୍ର ପଟ୍ଟନାୟକଙ୍କ ପୂଣ୍ୟ ତିଥୀ ସମାରୋହ

  • Post category:ଓଡିଶା
  • Reading time:1 mins read


ରାଇରଙ୍ଗପୁର: ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ପରିକ୍ରମା ପକ୍ଷରୁ ମହାନ ଗିତୀକାର ଜିତେନ୍ଦ୍ର ପଟ୍ଟନାୟକଙ୍କ ପୂଣ୍ୟତିଥୀ ଅବସରରେ ଆୟୋଜିତ ସଂକ୍ଷିପ୍ତ ସମାରୋହରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ତାଙ୍କର ବହୁ କାଳଜୟୀ ଗୀତ ଗୁଡିକ ଆଜିବି ଶ୍ରୋତାଙ୍କ ମନରେ ଜାବନ୍ତ ହୋଇରହିଛି ବୋଲି ମଂଚାସୀନ ଅତିଥିମାନେ କହିଛନ୍ତି । ଏଥିରେ ଧୀରାଜଲଲ କଲେଜର ଅବସର ପ୍ରାପ୍ତ ଅଧ୍ୟକ୍ଷ ହିମାଂଶୁ ଶେଖର ପଟ୍ଟନାୟକ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ସମାଜସେବୀ ଶାନ୍ତନୁ ପଟ୍ଟନାୟକ. ଏବଂ ଯୁବନେତା ତଥା ସମାଜସେବୀ ଅଭିଷେକ ପଟ୍ଟନାୟକ ଯୋଗଦେଇ ଗିତି କବିଙ୍କ ସୃଷ୍ଟି ଉପରେ ଆଲୋକ ପାତ କରିଥିଲେ । ଗିତୀକବିଙ୍କ ସହ ଘନିଷ୍ଠ ସଂମ୍ପର୍କରେ ଆସିଥିବା ପରିକ୍ରମାର ଉପଦେଶ୍ଟାଶରତ ଦାସ ବିଗତ ଦିନର ସ୍ମୃତି ଚାରଣ କରି ଭାବ ବିହ୍ୱଳ ପରିବେଶ ସୃଷ୍ଟି କରିପକେଇଥିଲେ । ପରିକ୍ରମାର ଉପଦେଷ୍ଟା ଈଶାନ ମିଶ୍ର, ସୁବାଷ ମଣ୍ଡଳ , ରାଜୁ ଯାଦବ ମଂଚାସୀନ ଥିଲେ । ପରିକ୍ରମାର ଆବାହକ ମନୋଜ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ଯ୍ୟକ୍ରମକୁ ରଞ୍ଜନ ନନ୍ଦ ସଂଯୋଜନା କରିଥିଲେ । ଏହି ଅବସରରରେ ବିଶିଷ୍ଟ ଲୋକ ସଂଗୀତ ସାଧକ ସଜନ ବଳଙ୍କୁ ଏହି ମାଟିର ଗୌରବ ମଞ୍ଚ ଅଭିନେତା , କ୍ରୀଡାବିତ୍ , ରାଜନେତା ତଥା ସମାଜସେବୀ ଭୁବନ ସାହୁ (କରଞ୍ଜିଆ)ଙ୍କୁ ଏ ମାଟିର ମହକ, ବିଶିଷ୍ଟ ସାରସ୍ୱତ ସାଧକ ଲଳିତ ମହାନ୍ତିଙ୍କୁ ଏ ମାଟିର ସୌରଭ ସମ୍ମାନ ପ୍ରଦାନ କରାଯାଇଥିଲା । ସମସ୍ତଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ମାନପତ୍ର, ଓ ସ୍ମୃତି ଉପହାର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଶେଷରେ ବିଜୟ ରାମ ଧନ୍ୟବାଦ ଦେଇଥିଲେ । ପରେ ସ୍ଥାନୀୟ କଳାକାର ମାନେ ସେଇ ମହାନ ଗୀତିକାରଙ୍କୁ ସଂଗୀତରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରଥମେ ଗୀତିକାରଙ୍କ ଏକ କାଳଜୟୀ ଗୀତ ଏଇ ଲାଗେନା ମୋ ମନ ବୁଝେନା କୁ ମହାନ୍ତ କବିତା କୋଇଲିୟାର ପରିବେଷଣ କଲାପରେ ପ୍ରିୟବ୍ରତ ଦାସ, ପଙ୍କଜ ମହାନ୍ତ, ଏବଂ ପ୍ରୀତି ବହୁ ଓଡିଆ ଓ ହିନ୍ଦୀ ସଂଗୀତ ପରିବେଷଣ କରିଥିଲେ । ବାଦ୍ୟଯନ୍ତ୍ର ସହଯୋଗ କରିଥିଲେ ଗୁରୁ ସୁବାଷ ଚନ୍ଦ୍ର ପାତ୍ର(କି ବୋର୍ଡ )ପ୍ରଶାନ୍ତ ପରୀ..ା (ଟ୍ରାଙ୍ଗୋ ), ବିମଳ ମହାନ୍ତି (ବଙ୍ଗୋ), ସ୍ୱରୂପ ମହେଶ୍ୱର (ପେଡ).କାର୍ଯ୍ୟକ୍ରମରେ ଦିଲ୍ଳୀପ ମହାନ୍ତି, ଖୁଦିରାମ ମହାନ୍ତି , ସୁଶୀଲ ମହାନ୍ତି , ବସନ୍ତ ପଟ୍ଟନାୟକ ଶକ୍ତିକାନ୍ତ ଦାସ, ଲଳିତ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।