You are currently viewing ଦନ୍ତା ହାତୀ ଆକ୍ରମଣରେ ବନ କର୍ମଚାରୀ ମୃତ

ଦନ୍ତା ହାତୀ ଆକ୍ରମଣରେ ବନ କର୍ମଚାରୀ ମୃତ

  • Post category:ଓଡିଶା
  • Reading time:1 mins read

ଢେଙ୍କାନାଳ(ଏଏନଏସ)୧୨/୦୩, ଦନ୍ତା ହାତୀ ଆକ୍ରମଣରେ ବନ କର୍ମଚାରୀ ମୃତ । ଢେଙ୍କାନାଳ ସଦର ବନାଞ୍ଚଳରେ ଏକ ଆହତ ଦନ୍ତା ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ବନକର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବିଶ୍ଵରଞ୍ଜନ ପାଣିଗ୍ରାହୀ। ସୂଚନା ଅନୁସାରେ, ଗତ କାଲି ସେ ସଦର ବନାଞ୍ଚଳର ଗହମଖୁଣ୍ଟି ଗ୍ରାମ ନିକଟସ୍ଥ ଟିକିଲି ବନ୍ଧ ନିକଟରେ ବୁଲୁଥିବା ଏକ ଆହତ ଦନ୍ତା ହାତୀକୁ ଜଗିଥିଲେ । ଆହତ ଦନ୍ତା ବିଶ୍ୱରଂଜନଙ୍କୁ ଟେକି କଚାଡି ଦେଇଥିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଗତ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।