gas leak

ବିଦ୍ୟାଳୟରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିିଲେ ଛାତ୍ରଛାତ୍ରୀ 

  • Post category:ଓଡିଶା
  • Reading time:1 mins read

ଏଏନଏସ: କେନ୍ଦ୍ରାପଡ଼ା ମନକରପୁର ପ୍ରାଥମିକ ବିଦ୍ୟାଳୟରେ ଅଗ୍ନିକାଣ୍ଡ। ଅଳ୍ପକେ ବର୍ତ୍ତିିଲେ ଛାତ୍ରଛାତ୍ରୀ ଓ ରୋଷେୟା। ସୂଚନା ଅନୁଯାୟୀ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଚାଲିଥିବା ବେଳେ ଗ୍ୟାସ ଲିକ୍ ହୋଇ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା। ତେବେ ପିଲାମାନଙ୍କୁ ତୁରନ୍ତ ସ୍କୁଲରୁ ବାହାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ଖବର ପାଇଁ ଦମକଳ ବାହିନୀ ପହଞ୍ଚିି ନିଆଁକୁ ଆୟତ୍ତ କରିଥିଲା। ଅନ୍ୟପଟେ ଅଗ୍ନିକାଣ୍ଡରେ ସ୍କୁଲ ରୋଷେଇ ଘରର ଜିନିଷ ଜଳିଯାଇଥିବା ସୂଚନା ମିଳିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।