You are currently viewing ନିଯୁକ୍ତ ହେଲେ ହାିକୋର୍ଟର ମୁଖ୍ୟ ବିଚାରପତି

ନିଯୁକ୍ତ ହେଲେ ହାିକୋର୍ଟର ମୁଖ୍ୟ ବିଚାରପତି

  • Post category:ଓଡିଶା
  • Reading time:1 mins read

କଟକ(ଏଏନଏସ)୩୦/୦୯, ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ଜଷ୍ଟିସ ଯଶୱନ୍ତ ସିଂ । ପୂର୍ବରୁ ସେ ଓଡ଼ିଶା ଏବଂ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିସାରିଛନ୍ତି ।ଏହା ପୂର୍ବରୁ ଜଷ୍ଟିସ ଏସ୍ ମୁରଲୀଧର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଥିଲେ । ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ଜଷ୍ଟିସ ଯଶୱନ୍ତ ସିଂଙ୍କୁ ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି । ଓଡ଼ିଶା ସମେତ କର୍ଣ୍ଣାଟକ ଏବଂ ଜାମ୍ମୁ କାଶ୍ମୀରର ମଧ୍ୟ ନୂଆ ମୁଖ୍ୟ ବିଚାରପତ ନିଯୁକ୍ତ କରାଯାଇଛି । ଗତ ସେପ୍ଟେମ୍ବର ୨୮ ତାରିଖରେ ବସିଥିବା ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଏହି ୩ ନୂଆ ବିଚାରପତି ନିଯୁକ୍ତି ନେଇ ନିଷ୍ପତ୍ତି ହୋଇଥିଲା । ଏହା ପୂର୍ବରୁ ଜଷ୍ଟିସ ଏସ୍ ମୁରଲୀଧର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଥିଲେ । ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ଜଷ୍ଟିସ ଯଶୱନ୍ତ ସିଂଙ୍କୁ ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।