You are currently viewing ଭୁବନେଶ୍ବରରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ

ଭୁବନେଶ୍ବରରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ

ଭୁବନେଶ୍ୱର-୧୭.୦୮.୨୦୨୧ , ଓଡିଶାରେ ପହଁଞ୍ଚିଛନ୍ତି ଭାରତୀୟ ହକି ଟିମ । ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକୀ ଟିମ୍ ମେଡାଲ ଜିତିଥିବା ବେଳେ ମହିଳା ହକି ଦଳ ପ୍ରଥମ ଥର ପାଇଁ ସେମିଫାଇନାଲ ଖେଳିଛନ୍ତି । ଚମତ୍କାର ପ୍ରଦର୍ଶନ କରି ଉଭୟ ଦଳ ଦେଶବାସୀଙ୍କ ମନ ଜିଣିଛନ୍ତି । ବିମାନଵନ୍ଦରରେ ପହଞ୍ଚିବା ପରେ କୀଡ଼ାମନ୍ତ୍ରୀ ତୁଷାରିକାନ୍ତ ବେହେରା ଖେଳାଳିଙ୍କୁ ସ୍ବାଗତ କରିଥିଲେ। ବିମାନବନ୍ଦରରେ ଖେଳାଳିଙ୍କୁ ସ୍ୱାଗତ କରାଯିବା ପରେ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯାଇଛି। ଅପରାହ୍ଣ ୩ଟାରେ ଉଭୟ ଦଳର କ୍ରୀଡ଼ାବିତ ସାମ୍ବାଦିକ ସମ୍ମିଳନୀରେ ସାମିଲ ହେବେ। ଏହାପରେ ସେମାନେ କଳିଙ୍ଗ ଷ୍ଟାଡିୟମ ଯିବେ। ସେଠାରେ ମୁଖ୍ୟମନ୍ତ୍ରୀ ଖେଳାଳିଙ୍କ ସହ ଫଟୋ ସେସନରେ ସାମିଲ ହେବେ।
ସନ୍ଧ୍ୟା ୬ଟା୩୦ ମିନିଟ୍‌ରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଉଭୟ ପୁରୁଷ ଓ ମହିଳା କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।