kanya_puja_

ଜାଣନ୍ତୁ ନବରାତ୍ରୀ ସମୟରେ କନ୍ୟା ପୂଜା କରିବାର କ’ଣ ରହିଛି ମହତ୍ତ୍ୱ

  • Post category:ଓଡିଶା
  • Reading time:1 mins read

ନବରାତ୍ରୀରେ କନ୍ୟା ପୂଜା କରିବାର ଶୁଭ ବୋଲି କୁହାଯାଇଥାଏ । ମୁଖ୍ୟତଃ ଦେବୀ ଉପାସନାର ଏହି ପବିତ୍ର ଦିନରେ କୌଣସି ଦିନ କନ୍ୟା ପୂଜା କରି ପୁଣ୍ୟ ପ୍ରାପ୍ତ କରାଯାଇପାରିବ । କିନ୍ତୁ ବିଶେଷ ରୂପେ ଅଷ୍ଟମୀ ଏବଂ ନବମୀ ଦିନ କନ୍ୟାମାନଙ୍କ ପୂଜା କରିବା ଶୁଭ ବୋଲି କୁହାଯାଇଥାଏ । ଚଳିତ ବର୍ଷ ଆଜି ଅଷ୍ଟମୀ ତିଥି ପାଳନ କରାଯାଉଥିବା ବେଳେ ଆସନ୍ତାକାଲି ନବମୀ ପାଳନ କରାଯିବ । ତେବେ ଆସନ୍ତ ଜାଣିବା କାହିଁକି ଆବଶ୍ୟକ କନ୍ୟା ପୂଜା ।

କନ୍ୟା ସୃଷ୍ଟି, ଶକ୍ତି ଏବଂ ଶୃଙ୍ଖଳାର ମୁଖ୍ୟ ଦେବୀ । ପୃଥିବୀରେ ପ୍ରକୃତି ସ୍ୱରୂପ ମାଁ ଶକ୍ତିର ପ୍ରତିନିଧିତ୍ୱ କରିଥାଏ କନ୍ୟା । ଶାସ୍ତ୍ର ଅନୁଯାୟୀ ବ୍ରହ୍ମାଣ୍ଡର ସୃଷ୍ଟିରେ ନଅ ଦୁର୍ଗା ଶକ୍ତି ଆକାରରେ, ୯ଟି ଗ୍ରହ ପ୍ରଶାସକ ଆକାରରେ, ୯ ପ୍ରକାରର ଭ୍‌କ୍ତି ଯାହା ତିନି ଗୁଣ ଉତ୍ତାପରୁ ରକ୍ଷା କରିଥାଏ ଏବଂ ବଂଶ ରକ୍ଷା କରିବାରେ ସଂସାର ସଞ୍ଚାଳନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ନାରୀ । ନବରାତ୍ରୀ ସମୟରେ ମାଁ ଦୁର୍ଗାଙ୍କ କୃପା ପାଇବା ପାଇଁ ଉପବାସ, ପୂଜା, ଅନୁଷ୍ଠାନ ଆଦି କରିଥାନ୍ତି, ଯାହାଦ୍ୱାରା ଜୀବନରେ ଭୟ, ବିଘ୍ନ ଏବଂ ଶତ୍ରୁର ବିନାଶ ହୋଇ ସୁଖ-ସମୃଦ୍ଧି ପ୍ରାପ୍ତ ହୋଇଥାଏ ।

ମାନ୍ୟତା ଅନୁଯାୟୀ ମା’ ଯେତିକି ଯଜ୍ଞ, ଜପ ଏବଂ ଦାନ ଦ୍ୱାରା ମା’ ପ୍ରସନ୍ନ ହୋଇନଥାନ୍ତି ସେତିକି କନ୍ୟା ପୂଜା କରିବା ଦ୍ୱାରା ମା’ ପ୍ରସନ୍ନ ହୋଇଥାନ୍ତି । ଉଲ୍ଲେଖ ଅନୁଯାୟୀ ଶ୍ରଦ୍ଧା ଭାବ ଦ୍ୱାରା କରାଯାଉଥିବା କନ୍ୟା ପୂଜାରେ ଜଣେ କନ୍ୟାଙ୍କୁ ପୂଜା କରିବା ଦ୍ୱାରା ଐଶ୍ୱର୍ଯ୍ୟ, ଦୁଇଟି କନ୍ୟାଙ୍କୁ ପୂଜା କରିବା ଦ୍ୱାରା ଭୋଗ, ତିନିଟି କନ୍ୟାଙ୍କୁ ପୂଜା କରିବା ଦ୍ୱାରା ବଂଶ ବିସ୍ତାର ଏବଂ ରାଜ୍ୟ ସମ୍ମାନ, ଚାରିଟି କନ୍ୟା ଏବଂ ୫ଟି କନ୍ୟା ପୂଜା କରିବା ଦ୍ୱାରା ବିଦ୍ୟା-ବୁଦ୍ଧି ପ୍ରାପ୍ତି, ଛଅଟି କନ୍ୟା ପୂଜା କରିବା ଦ୍ୱାରା କାର୍ଯ୍ୟସିଦ୍ଧି, ସାତଟି କନ୍ୟା ପୂଜା କରିବା ଦ୍ୱାରା ପରମ ପଦ, ଆଠଟି କନ୍ୟା ପୂଜା କରିବା ଦ୍ୱାରା ଅଷ୍ଟଲକ୍ଷ୍ମୀ ଏବଂ ୯ଟି କନ୍ୟା ପୂଜା କରିବା ଦ୍ୱାରା ସମସ୍ତ ପ୍ରକାର ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ ।

ଦୁର୍ଗା ସପ୍ତମୀରେ କୁହାଯାଇଛି ଯେ, ଦେବୀ ଦୁର୍ଗାଙ୍କୁ ପୂଜା କରିବା ପୂର୍ବରୁ କନ୍ୟା ପୂଜା କରନ୍ତୁ । ଏହାପରେ ଯାଇ ମା’ଙ୍କ ପୂଜା ଆରମ୍ଭ କରନ୍ତୁ । କନ୍ୟା ପୂଜା କରିବା ସମୟରେ ଯେପରି କନ୍ୟାଙ୍କ ବୟସ ୨ ବର୍ଷରୁ କମ ଏବଂ ୧୦ ବର୍ଷରୁ ଅଧିକ ହୋଇନଥିବ ସେଥିପ୍ରତି ଧ୍ୟାନ ଦେବା ଜରୁରୀ । କାରଣ ଦୁଇ ବର୍ଷର କନ୍ୟା ଅର୍ଥାତ କୁମାରୀ ରୂପ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାର ଦୁଃଖ-ଦାରିଦ୍ର‌୍ୟତା ବିନାଶ ହୋଇଥାଏ । ୭ ବର୍ଷର କନ୍ୟା ହେଉଛନ୍ତି ମା’ ଚଣ୍ଡିକାଙ୍କ ସ୍ୱରୂପ । ଏହି ସ୍ୱରୂପକୁ ପୂଜା କରିବା ଦ୍ୱାରା ସୁଖ-ସମୃଦ୍ଧି ଏବଂ ଧନ ପ୍ରାପ୍ତି ହୋଇଥାଏ। ସେହିଭଳି ୯ ବର୍ଷର କନ୍ୟା ହେଉଛନ୍ତି ଦେବୀ ଦୁର୍ଗାଙ୍କ ସ୍ୱରୂପ । ମାଁ ଙ୍କ ଏହି ସ୍ୱରୂପକୁ ପୂଜା-ଅର୍ଚ୍ଚନା କରିବା ଦ୍ୱାରା ସମସ୍ତ ବାଧା-ବିଘ୍ନ ଦୂର ହେବା ସହ ଶତ୍ରୁର ବିନାଶ ହୋଇଥାଏ । ଏଥିସହ ବ୍ୟକ୍ତି କଠିନ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।