ପୁରୀ, ଜଣେ ପରିବା ବ୍ୟବସାୟୀଙ୍କୁ କିଛି ଦୁର୍ବୁତ୍ତ ହାଣିବାପରେ ତାଙ୍କଠାରୁ ୫୦ହଜାର ଟଙ୍କା ସମେତ ରୂପା ବ୍ରେସଲେଟ ଲୁଟି ନେଇଛନ୍ତି । ଘଟଣାଟି ଘଟିଛି ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳରେ । ସୂଚନା ଥାଉକି, ପିପିଲିର ଜଣେ ପରିବା ବ୍ୟବସାୟୀ ପ୍ରତିଦିନ ପରିବା ଧରି ଭୁବନେଶ୍ୱରରେ ବ୍ୟବସାୟ କରିବା ପରେ ପୁନର୍ବାର ପିପିଲି ଫେରିଯାଆନ୍ତି । କିନ୍ତୁ ଗତକାଲି ସନ୍ଧ୍ୟା ସମୟରେ ସେ ବ୍ୟବସାୟ ସାରି ଫେରିବାବେଳେ, ପିପିଲି ନିକଟରେ କିଛି ଦୁର୍ବୁତ୍ତ ଅଚାନକ ଆସି ତାଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ସେ ପିନ୍ଧିଥିବା ରୂପା ବ୍ରେସଲେଟ ସାଙ୍ଗକୁ ୫୦ହଜାର ଟଙ୍କା ଲୁଟି ନେଇଥିଲେ । ଗୁରୁତର ଆହତ ହୋଇଥିବା ବ୍ୟବସାୟୀଙ୍କୁ ସ୍ଥାନୀୟ ଲୋକ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଏହି ଘଟଣାରେ ପିପିଲି ଥାନା ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ