Jagannath-Temple

ଆରମ୍ଭ ହେଲା ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ,  ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କାମ କରିବେ ୩୫ ଜଣ କୁଶଳୀ କାରିଗର

  • Post category:ଓଡିଶା
  • Reading time:1 mins read

ଏଏନଏସ: ଆରମ୍ଭ ହେଲା ଶ୍ରୀମନ୍ଦିରରେ ନାଟମଣ୍ଡପ ମରାମତି କାମ । ଦିନ ଗୋଟାଏରୁ ନାଟମଣ୍ଡପ ମରାମତି କାମ ଆରମ୍ଭ ହୋଇଛି । ୩୫ ଜଣ କୁଶଳୀ କାରିଗର ଏହି ମରାମତି କାମରେ ଲାଗିଛନ୍ତି । ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମରାମତି କାମ କରାଯିବ । ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା, ଏଏସଆଇ ପକ୍ଷରୁ ମରାମତି କରାଯାଉଛି । ପୂର୍ବରୁ ନାଟମଣ୍ଡପ ଉପରି ଭାଗର ପଥର ଯୋଡ଼େଇ ଓ ସଫା କାମ କରାଯାଇଥିଲା । ଏବେ ୪ଟି ଷ୍ଟେନ ଲେସ୍ ଷ୍ଟିଲ ବିମ୍ ଲଗାଯିବ । ଏଥିପାଇଁ ଡିଜାଇନ ଚୂଡ଼ାନ୍ତ ହେବା ସହ ଅନୁମତି ମଧ୍ୟ ମିଳିବା ପରେ ଆଜି ଠାରୁ କାମ ଆରମ୍ଭ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।