You are currently viewing NEWS SUPERFAST 2@10

NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ଚୀନର ଶିନଜିୟାଙ୍କ ଉଇଗରରେ ଭୟଙ୍କର ଅଗ୍ନିକାଣ୍ଡ । ଏଠାରେ ଉରୁମକୀରେ ଗୁରୁବାର ରାତିରେ ୨୧ ମହଲା ବିଲିଡିଂରେ ନିଆଁ ଲାଗିଯାଇଛି । ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।
୨. ଦିଲ୍ଲୀ ଚାନ୍ଦିନୀ ଚୌକର ଏକ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ । ଫଳରେ ଅନେକ ଦୋକାନ ବଜାର ପୋଡି ଯାଇଛି । ରାତି ୯.୧୯ରେ ଅଗ୍ନିଶମ ବିଭାଗ ଏହି ଘଟଣାର ସୂଚନା ପାଇଥିଲା । ପ୍ରାୟ ୪୦ ଦମକଳ ବାହିନୀ ଏଥିରେ ନିୟୋଜିତ ହୋଇଥିଲେ ।
୩. ଦିଲ୍ଲୀ ଶ୍ରଦ୍ଧା ମାମଲାରେ ବଡ ଖୁଲାସା । ଶ୍ରଦ୍ଧାଙ୍କୁ ସିଗାରେଟ ଚେଙ୍କ ଦେଉଥିଲା ଅଫତାବ । ୨୦୨୧ ରେ ଶ୍ରଦ୍ଧା ତାଙ୍କ ବନ୍ଧୁଙ୍କୁ ଏହି ଫଟୋ ସେୟାର କରିଥିଲେ ।
୪. କେନ୍ଦ୍ରପଡାରେ କାର୍ତ୍ତିକେଶ୍ୱର ଭସାଣ ବେଳେ ବାଣ ବିସ୍ପୋରଣ ଘଟଣାରେ ଆହତ ୪୦ ଜଣଙ୍କ ମଧ୍ୟରୁ କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି ୩୪ ଜଣ । ସେମାନଙ୍କ ଭିତରୁ ୧୧ ଜଣଙ୍କ ଅବସ୍ଥା ଗୁରୁତ୍ୱର ରହିଛି ।
୫. ଅର୍ଚ୍ଚନା ନାଗ ସହ ସମ୍ପୃକ୍ତି ଥିବା ନେଇ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ତଥ୍ୟ ଭାଇରାଲ ହେବା ପରେ ଏହା କୁ ନେଈ ବିରୋଧ । ଏ ସମ୍ପର୍କରେ ଥାନାରେ ଏତଲା ଦେଇଛନ୍ତି କରଞ୍ଜିଆ ଏନଏସିର ପୂର୍ବତନ ଉପନଗର ପାଳ ଗିରିଧର ପୃଷ୍ଟି ।
୬. ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ଚାଲିପାରୁନି ଗୃହକାର୍ଯ୍ୟ । ବାରମ୍ବାର ଗୃହ ମୁଲତବୀ । ଚାଷୀ ସମସ୍ୟା ନେଇ ଆରମ୍ଭରୁ ହୋହଲ୍ଲା । ଗୃହରେ ଉଭୟଙ୍କ ବିରୋଧୀ ଓ ଶାସକ ଦଳର ଜୋରଦାର ହଙ୍ଗାମା ।
୭. ୨୦ ମୃତ ବିଦେଶୀ ପକ୍ଷୀ ଜବତ । ୬ ଶିକାରି ଫେରାର । ପୁରୀ ଜିଲ୍ଲା ବ୍ରହ୍ମଗିରି ରେଞ୍ଜ ଘଟକୁଡି ଗାଁ ନିକଟରେ ବନ ବିଭାଗ ଟିମ ସ୍ୱତନ୍ତ୍ର ଟିମ ଗଠନ କରି ଶିକାରୀ ମାନଙ୍କୁ ଧରିବାକୁ ପ୍ରୟାସ କରୁଛି ।
୮. ରାଗିଂ ଅଭିଯୋଗରେ ୭୦ ଜଣ ଛାତ୍ରଙ୍କୁ ୧ ହଜାର ଟଙ୍କା ଲେଖାଏଁ ଜରିମାନା । ଓଡିଶା ଖଣି ଓ ଯାନ୍ତ୍ରୀକ ବିଦ୍ୟାଳୟରେ ଗନ୍ଧମାର୍ଦ୍ଦନ ଛାତ୍ରାବାସରେ ଥିବା ୩ୟ ବର୍ଷର ୭୦ ଜଣ ଛାତ୍ରଙ୍କୁ ୧ ହଜାର ଟଙ୍କା ଲେଖାଁଏ ଜରିମାନା ସହ୫ ମ ସେମିଷ୍ଟାର ପାଇଁ କୌଣସି ବହି କଲେଜ୍‌ରୁ ନେଇ ପାରିବେ ନାହିଁ ।
୯. ୮ ବର୍ଷ ପରେ ପୋଲିସ କବଜାରେ ସାର୍ପ ସୁଟର । ବହୁ ଚର୍ଚ୍ଚିତ କଟକ ମାଲଗୋଦାମ ଡାଲି ବ୍ୟବସାୟୀ ମହମ୍ମଦ ଫାରୁକ ତୟବ ହତ୍ୟାକାଣ୍ଡରେ ଆଉଜଣେ ଫେରାର ଅଭିଯୁକ୍ତ ୱାସିମକୁ ଧରିଲା କମିଶନରେଟ ପୋଲିସର ସ୍ପେସାଲ ସ୍କାର୍ଡ ।
୧୦ . ସୁନାଗହଣା ସହିତ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଦୁର୍ଗାଦେଇପୁର ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ସୁନାଗହଣା ଲୁଟି ନେଇଛନ୍ତି କିଛି ଦୃର୍ବୃତ୍ତ ।

ଅନ୍ୟମାନଙ୍କୁ ଜଣାନ୍ତୁ।