You are currently viewing NEWS SUPERFAST 2@10

NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ନେପାଳ ରାଜଧାନୀ କାମଠମାଣ୍ଡୁରୁ ଦିଲ୍ଲୀ ଯାତ୍ରା କରୁଥିବା ବିମାନ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ବିମାନର ଟାୟାର ଉଡାଣ ପୂର୍ବରୁ ଫାଟି ଯାଇଥିଲା । ଏହି ବିମାନରେ ୧୭୩ ଜଣ ଲୋକ ରହିଥିଲେ । ବିମାନଟି କାଠମାଣ୍ଡୁର ତ୍ରିଭୁବନ ବିମାନ ବନ୍ଦରରୁ ଉଡାଣ ଭରିବାରେ ଥିଲା ।
୨. ପୁଣି ଆସାମ ଗୌହାଟୀରେ ଅଗ୍ନିକାଣ୍ଡ । ଗୌହାଟୀର ଏକ ବସ୍ତିରେ ଏକାଧିକ ସିଲିଣ୍ଡର ବିସ୍ଫୋରଣ ହେବାରୁ ଏହି ଅଗ୍ନିକାଣ୍ଡ ହୋଇଛି । ଶୁକ୍ରବାର ଏହି ଘଟଣା ଘଟିଥିଲା । ୨୦ ରୁ ଅଧିକ ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ଲାଗିଛି ।
୩. ଲଣ୍ଡଫଲ କଲା ବାତ୍ୟା ମାଣ୍ଡୋସ । ତାମିଲନାଡୁ ଉପକୂଳର ମହାବଳିପୁରମ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ବାତ୍ୟା । ଆଜି ଭୋରୁ ମାଣ୍ଡୋସର ଲ୍ୟାଣ୍ଡଫଲ କରିସାରିଛି ।
୪. ଜୀବନ ଯୁଦ୍ଧରେ ହାରିଗଲେ ତନ୍ମୟ ସାହୁ । ମଧ୍ୟପ୍ରଦେଶରେ ବୋରେୱେଲରେ ଫସିଥିବା ୮ ବର୍ଷର ବାଳକର ମୃତ୍ୟୁ ହୋଇଛି । ବୋରୱେଲ ମଧ୍ୟରୁ ତାହାର ମୃତ ଦେହ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ ।
୫. ସାଲେପୁର ନେମାଳ ଲେଣ୍ଡର ଭଗବାନପୁରରେ ବିଭତ୍ସ୍ୟ ହତ୍ୟାକରଣ୍ଡ ଘଟଣାର ମାଷ୍ଟର ମାଇଣ୍ଡ ନାତି । ମୃତ ହୃଷିକେଶ ମୁଦୁଲିଙ୍କ ନାତି ଓମ ପ୍ରକାଶ ମୁଦୁଲିକୁ ପୋଲିସ ଗିରଫ କରିଛି । ଅନ୍ୟପଟେ ପୁଅ ହତ୍ୟା ଘଟଣା ବିଷୟରେ ଜାଣିବା ପରେ ଓମଙ୍କ ବାପା ବିଷ ପିଇ ଅତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ।
୬. ବାଲେଶ୍ୱର କୂଳଡିହା ଅଭୟାରଣ୍ୟରେ ପୁଣି ହାତୀ ମୃତ୍ୟୁ । ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟ ବିଟ ଅଧିନ ସିଆଡିମାଳ ନିକଟ କଦମଶୋଳ ଠାରେ ଏକ ବୃଦ୍ଧା ମାଇ ହାତୀର ମୃତ ଦେହ ଉଦ୍ଧାର ହୋଇଛି ।
୭. ବୋମା ଖଞ୍ଜିଥିବା ଅଭିଯୋଗରେ ୬ ନକ୍ସଲ ଗିରଫ । ନିଜକୁ ନକ୍ସଲ ପରିଚୟ ଦେଇ ୫ ଲକ୍ଷ ଟଙ୍କା ମାଗିଥିଲେ । ଟଙ୍କା ନ ଦେଲେ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ । ରାୟଗଡା ଜିଲ୍ଲା କାଶିପୁର ଅର୍ନ୍ତଗତ ସୁଙ୍ଗେର ଗାଁରେ ବୋମା ଖଞ୍ଜିଥିବା ଅଭିଯୋଗରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି ।
୮. ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ୧୦ ଦିନ ଅନ୍ତରୀଣ ଜାମିନ ମିଳିଛି । ହାଇକୋର୍ଟ ଅଭିଯୁକ୍ତକୁ ୧୦ ଦିନ ଜାମିନ ମଞ୍ଜୁର କରିଛନ୍ତି ।
୯. ଗାଁ ନିକଟରେ ଜଗି ରହିଛନ୍ତି ୨୦ଟି ହାତୀ । ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଗାଲେରୀ ବନାଞ୍ଚଳର ବଦାଙ୍ଗି ଦୋମୁହାଣି ଏବଂ ହରିଗଡ ଗାଁ ନିକଟରେ ୨୦ଟି ହାତୀ ଅଛନ୍ତି । ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇ ପଡିଥିବା ବେଳେ , ସଂପୃକ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଛି ।
୧୦. ମଝି ରାସ୍ତାରେ ଜଳିଗଲା ସ୍କର୍ପିଓ । ବୌଦ୍ଧ ବାଇପାସ୍ ରାସ୍ତାରେ ଧୁ ଧୂ ହୋଇ ଜଳିଲା ସ୍କର୍ପିଓ । ଅଳ୍ପକେ ବର୍ତିଲେ ୮ ଯାତ୍ରୀ । ସର୍ଟ ସର୍କିଟ ଯୋଗୁଁ ନିଆ ଲାଗିଥିବା ସୂଚନା ମିଳିଛି। ମୁନିଗୁଡାରୁ ନାଗପୁର ଅଭିମୁଖେ ଯାଉଥିଲେ ୮ ଜଣ ଯାତ୍ରୀ । ୫ ଜଣ ମହିଳା ଏବଂ ୩ ଜଣ ପୁରୁଷ ଥିଲେ। ଦମକଳ ବାହିନୀର ନିଆଁ ଲିଭା କାର୍ଯ୍ୟ ଜାରି।

ଅନ୍ୟମାନଙ୍କୁ ଜଣାନ୍ତୁ।