You are currently viewing NEWS SUPERFAST 2@10

NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧.ଉପସ୍ଥାପନା ହେଲା ସାଧାରଣ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନା କରୁଛନ୍ତି । ବଜେଟ ଉଦବୋଧପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଅମୃତ କାଳର ଏହା ପ୍ରଥମ ବଜେଟ । ଏହି ବଜେଟରେ ବଢିବ ନିଯୁକ୍ତି ସୁଯୋଗ ।
୨. ଆଜି ସଂସଦରେ ୨୦୨୩-୨୪ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ୨୦୨୩କୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମଞ୍ଜୁର ଦେବା ପରେ ସଂସଦ ଭବନରେ ପହଞ୍ଚିଥିଲେ । ଲୋକ ସଭାରେ ବଜେଟ ଉପସ୍ଥକରୁଛନ୍ତି ଅର୍ଥମନ୍ତ୍ରୀ ।
୩. କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୩-୨୪ ବଜେଟ ଉପସ୍ଥାପନା କରୁଛନ୍ତି । ବଜେଟ ଅଭିଭାଷଣରେ ନିର୍ମଳା ସୀତାରମଣ ଗରିବ ଲୋକଙ୍କୁ ବଡ ଆରାମ ପ୍ରଦାନ କରି କହିଛନ୍ତି ଯେ ଗରିବ କଲ୍ୟାଣ ଅନ୍ନ ଯୋଜନା ଏକ ବର୍ଷ ପାଇଁ ବୃଦ୍ଧି କରାଯାଉଛି ।
୪. ରୁଷ – ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରିବାକୁ ଯାଉଛି । ଏହାରି ଭିତରେ ଆମେରିକା ୟୁକ୍ରେନକୁ ଦେଇଛି ବଡ ଝଟକା । ୟୁକ୍ରେନକୁ ଏଫ ୧୬ ଯୁଦ୍ଧ ବିମାନ ଦେବାକୁ ଆମେରିକା ମନା କରିଛି ।
୫. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରେିୱାଲଙ୍କୁ ହତ୍ୟା ଧମକ । ଏକ ଫୋନ କଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜୀବନରୁ ମାରିଦେବାକୁ ମିଳିଛି ଧମକ । ତେବେ ଧମକ ଦେଇଥିବା ଯୁବକର ପରିଚୟ ମିଳିଛି ।
୬. ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାକୁ ନେଇ ତଦନ୍ତ ଜାରି ରହିଛି । ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ତଦନ୍ତ ଜାରି ରହିଥିବା ବେଳେ ନବ ଦାସଙ୍କ ପିଏସଓ ମିତ୍ରଭାନୁ ଦେଓ ସସପେଣ୍ଡ ହୋଇଛନ୍ତି ।
୭. ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟାର ରହସ୍ୟ ଭେଦୁଛି କ୍ରାଇମବ୍ରଞ୍ଚ । ବ୍ରଜରାଜନଗରରେ କ୍ରାଇମ ସ୍ପଟରେ ତନାଘନା ଜୋରଦାର ହୋଇଛି । ଅନ୍ୟପଟେ ଗୋପାଳ ଦାସର ବ୍ରହ୍ମପୁର ସ୍ଥିତ ଘରେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ ପହଞ୍ଚି ଖୋଳତାଡ କରୁଛି ।
୮. ପୂର୍ବ ଶତ୍ରୃତାକୁ ନେଇ ରାତି ଅଧିରେ ଯୁବତୀଙ୍କୁ ଘରେ ପଶି ଆକ୍ରମଣ । ରାଜଧାନୀ ଭୁବନେଶ୍ୱର କାନନ ବିହାରରେ ଫେଜ୍ ୨ ଅଞ୍ଚଳରେ ଘଟିଛି ଏଭଳି ଦୁର୍ଘଟଣା ।
୯. ଗଛରେ ଝୁଲନ୍ତା ଅବସ୍ଥାରେ ଅର୍ଦ୍ଧଉଲଗ୍ନ ମହିଳାଙ୍କର ମୃତ ଦେହ ଉଦ୍ଧାର । ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ସଦର ଏସଡିପିଓ ଓ ଆଇଆଇସିଙ୍କର ଛାନଭିନ ଚାଲିଛି ।
୧୦. ଆଜିଠାରୁ ଆରମ୍ଭ ହେବ ତେଷାଳି ମେଳା । ଓଡିଶା ସରକାରଙ୍କ ହସ୍ତତନ୍ତ , ବୟାନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଚଳିତ ବର୍ଷ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆଜିଠାରୁ ଆରମ୍ଭ ହୋଇ ଫେବୃୟାରୀ ୧୨ ପର୍ଯ୍ୟନ୍ତ ଚାଲିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।