election

ନୀତେଶ ଗଙ୍ଗଦେବଙ୍କ ବିଜେପିରୁ ଇସ୍ତଫା ଦେବା ଖବର ମିଛ, ଫେସବୁକ୍ ଆଇଡି ହ୍ୟାକ୍ ହେଇଥିବା ନେଇ ଦେଲେ ସୂଚନା 

  • Post category:ଓଡିଶା
  • Reading time:1 mins read

ଏଏନଏସ: ହ୍ୟାକ୍ ହେଲା ସମ୍ବଲପୁର ବିଜେପି ସାଂସଦ ନୀତେଶ ଗଙ୍ଗଦେବଙ୍କ ଫେସବୁକ୍ ଆଇଡି । ବିଜେପିରୁ ଇସ୍ତଫା ଦେବା ଖବରକୁ ଖଣ୍ଡନ କଲେ ନୀତେଶ ଗଙ୍ଗଦେବ । ସୋମବାର ସମ୍ବଲପୁର ବିଜେପି ସାଂସଦ ନୀତେଶ ଗଙ୍ଗଦେବ ବିଜେପିରୁ ଇସ୍ତଫା ଦେବା ନେଇ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ । କିନ୍ତୁ ଏହି ପୋଷ୍ଟ ମିଛ ଏବଂ ତାଙ୍କ ଫେସବୁକ୍ ଆଇଡି ହ୍ୟାକ୍ ହେଇଥିବା ସୂଚନା ଦେଇଛନ୍ତି ନୀତେଶ ଗଙ୍ଗଦେବ। ଅନ୍ୟପଟେ ନୀତେଶ ଗଙ୍ଗଦେବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ବିଜେପିରେ ଅଛନ୍ତି ଆଉ ରହିବେ। ଆବଶ୍ୟକ ପଡିଲେ ସେ ଦେବଗଡ ଯାଇ ମଧ୍ୟ ବିଜେପି ପାଇଁ ପ୍ରଚାର କରିବେ। 

ଅନ୍ୟମାନଙ୍କୁ ଜଣାନ୍ତୁ।