You are currently viewing ଭୁବନେଶ୍ୱର ପଟିଆରେ ହୋଇଥିବା ଦୁଷ୍କର୍ମ ମାମଲାରେ ଆଉ ଜଣେ ଗିରଫ

ଭୁବନେଶ୍ୱର ପଟିଆରେ ହୋଇଥିବା ଦୁଷ୍କର୍ମ ମାମଲାରେ ଆଉ ଜଣେ ଗିରଫ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(୨୧.୦୧.୨୩) : ଭୁବନେଶ୍ୱର ପଟିଆ ଷ୍ଟେସନରେ ଦୁଇଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ପୂର୍ବରୁମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଜି ଅନ୍ୟ ଜଣକୁ ଗିରଫ କରାଯାଇଛି । ସୂଚନା ଅନୁସାରେ ରାଜ୍ୟ ବାହାରକୁ ଖସି ପଳାଇବାକୁ ଯୋଜନା କରୁଥିବା ବେଳେ, ବାଙ୍କୀ ପଦନ ପୁରରୁ ଗିରଫ କଲା grp। ଅଭିଯୁକ୍ତର ନାଁ ବୁଲୁ ମଲ୍ଲିକ ବୋଲି ଜଣାପଡିଛି। ସେ ମଧ୍ୟ ମାଛ ଦୋକାନରେ କାମ କରୁଥିଲା।ସୂଚନା ଯୋଗ୍ୟ, ସୋମବାର ରାତିର ୨ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଥିଲା। ପଟିଆ ରେଳ ଷ୍ଟେସନ ନିକଟରୁ ୨ ନାବାଳିକାଙ୍କୁ ୨ ଜଣ ଯୁବକ ପଟିଆ ଓଭରବ୍ରିଜ୍‌ ଉପରକୁ ନେଇ ଯାଇ ହାତ ଗୋଡ଼ ବାନ୍ଧି ରାତି ସାରା ଗଣଦୁଷ୍କର୍ମ କରିଥିଲେ। ଦୁଇ ପୀଡ଼ିତା ତା ପର ଦିନ ସକାଳେ ଘରକୁ ଫେରି ପରିବାରଲୋକଙ୍କୁ ପୂରା ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ପରିବାର ଲୋକେ ଚାଇଲ୍ଡ ଲାଇନକୁ ଜଣାଇବା ସହ ଜିଆରପି ଥାନାରେ ଏତଲା ଦେଇଥିଲେ। ପରେ କମିଶନରେଟ ପୁଲିସ ଓ ଜିଆରପି ପୁଲିସ ବିଭିନ୍ନ ସ୍ଥାନରେ ମିଳିତ ଭାବେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।