ପୁରୀ(ଅନନ୍ତ ସିଂ), ଡେଲାଙ୍ଗ ବ୍ଲକର ଜେନାପୁର ଗ୍ରାମ ପଞ୍ଚାୟତର ଦେପୁର ପାଣିସାହିରେ ନିର୍ବାଚନୀ ହିଂସାକାଣ୍ଡ ହୋଇଥିଲା । ଏଥିରେ ଆହତ ପାଣ୍ଡିଆ ବେହେରାଙ୍କର ବୁଧବାର ମୃତ୍ୟୁ ହୋଇଛି । ପାଣ୍ଡିଆଙ୍କ ସ୍ତ୍ରୀ ବନିତା ବେହେରାଙ୍କ ଅଭିଯୋଗ ଅନୁଯାୟୀ ଦେପୁର ବ୍ରାହ୍ମଣ ସାହିର ରମେଶ ଚନ୍ଦ୍ର ଷଡ଼ଙ୍ଗୀ (ପେଜୁଆ), ଉମେଶ ଚନ୍ଦ୍ର ଷଡ଼ଙ୍ଗୀ (ଅର୍ମି) ଓ ସତ୍ୟନାରାୟଣ ଷଡ଼ଙ୍ଗୀ ପାଣ୍ଡିଆଙ୍କୁ ୫ହଜାର ଟଙ୍କା ଦେଇଥିଲେ । ଗ୍ରାମରେ ଏ ଟଙ୍କା ବାଣ୍ଟି ବିଜେପିକୁ ଭୋଟ ଦେବା ପାଇଁ କହିଥିଲେ । ଗ୍ରାମରେ କେହି ରାଜି ନହେବାରୁ ପାଣ୍ଡିଆ ସେମାନଙ୍କୁ ୪ହଜାର ଟଙ୍କା ଫେରାଇଥିଲେ । ମାତ୍ର ଏଥିରେ ଉତ୍କ୍ଷିପ୍ତ ହୋଇ ସେମାନେ ପାଣ୍ଡିଆଙ୍କୁ ମାଡ ମାରିବାରୁ ସେ ଗୁରୁତର ଆହତ ହୋଇଥିଲେ । ପରଦିନ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକମାନେ ଏ ସମ୍ପର୍କରେ ଡେଲାଙ୍ଗ ଥାନାରେ ଅଭିଯୋଗ କରିବା ସହ ଅଭିଯୁକ୍ତ ପରିବାରଙ୍କ ଘର ଆଗରେ ଶବ ରଖି କ୍ଷତିପୂରଣ ଓ ଅଭିଯୁକ୍ତଙ୍କୁ ତୁରନ୍ତ ଗରିଫ କରିବା ଦାବିରେ ଶବ ରଖି ଧାରଣରେ ବସିଥିଲେ ।
ଖବର ପାଇ ଡେଲାଙ୍ଗ ବିଡିଓ ଦିଲୀପ କୁମାର ଷଡଙ୍ଗୀ ୧୦ ହଜାର ଟଙ୍କା ଆର୍ଥିକସହାୟତା ଯୋଗାଇ ଦେଇଥିଲେ । ତିନିଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଡେଲାଙ୍ଗ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବ ବୋଲି ପିପିଲି ଏସ୍ଡିପିଓ ଦେବଦତ୍ତ ବରାଳ ପ୍ରତିଶ୍ରୁତି ଦେବା ପରେ ପରିବାର ଲୋକେ ଶବ ସତ୍କାର କରିବା ସହ ଧାରଣରୁ ଉଠିଥିଲେ ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍