college

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ମିଳିଲା A ++ ମାନ୍ୟତା 

  • Post category:ଓଡିଶା
  • Reading time:1 mins read

ଏଏନଏସ: ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ମିଳିଲା A ++ ମାନ୍ୟତା । ଏହି ମାନ୍ୟତା ମିଳିବା ପରେ କ୍ୟାମ୍ପସ ପରିସରରେ ଖୁସିର ମାହୋଲ ଖେଳିଯାଇଛି। ଛାତ୍ରଛାତ୍ରୀଙ୍କ ଠାରୁ କୁଳପତି ଓ ଅଧ୍ୟାପକ ଓ ଅଧ୍ୟାପିକା ଓ କର୍ମଚାରୀ ସମସ୍ତେ ଆଜି ଖୁସି ମନାଇଛନ୍ତି।

୨୦ ନଭେମ୍ବର୍ ରୁ ୨୨ ନଭେମ୍ବର ୫ ଜଣିଆ ଟିମ୍ କଟକରେ ରେଭେନ୍ସାର ଉଭୟ କ୍ୟାମ୍ପସ ଯାଇଥିଲେ।। କରିକୁଲାର୍ ଆସପେକ୍ଟ , ଟିଚିଂ , ଲର୍ଣିଂ , ରିସର୍ଚ୍ଚ ଆଣ୍ଡ ଇନୋଭେଶନ , ଲିଡରସିପ ଆଣ୍ଡ ମ୍ୟାନେଜମେଣ୍ଟ , ଭିତ୍ତିଭୂମି , ବ୍ରେଲି ଲାଇବ୍ରେରୀ ଓ ରେଭେନ୍ସା କମ୍ୟୁନିଟି ରେଡ଼ିଓ କୁ ନାକ୍ ଟିମ୍ ଖୁବ୍ ପ୍ରଶଂସା କରିଥିଲେ। ସମୁଦାୟ ୩.୫୮ ମାର୍କ ପାଇ ରେଭେନସା ନାକ୍ ଏ ପ୍ଲସ ପ୍ଲସ ମାନ୍ୟତା ପାଇଛି। ଗତ ୨୦୧୬ ରେ ନାକ୍ ଟିମ୍ ରେଭେନ୍ସା କୁ ନାକ୍ ଟିମ୍ ଏ ଗ୍ରେଡ ମାନ୍ୟତା ଦେଇଥିବା ବେଳେ ଏବେ ପୁଣି ରେଭେନ୍ସା ବିଶ୍ୱବିଦ୍ୟାଳୟ ଏ ପ୍ଲସ ପ୍ଲସ ମାନ୍ୟତା ମିଳିଛି।

 

ଅନ୍ୟମାନଙ୍କୁ ଜଣାନ୍ତୁ।