You are currently viewing ଅତ୍ୟଧିକ ରୁପି ସମସ୍ୟା ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହି ଘରୋଇ ଉପଚାର

ଅତ୍ୟଧିକ ରୁପି ସମସ୍ୟା ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହି ଘରୋଇ ଉପଚାର

  • Post category:ଓଡିଶା
  • Reading time:1 mins read

ଆଜିକାଲି ଅଧିକାଂଶ ମହିଳାଙ୍କ ପାଖରେ କେଶ ଜନିତ ସମସ୍ୟା ଦେଖାଯାଉଛି। ଯେପରି କେଶ ଝଡ଼ିବା, ମୁଣ୍ଡରେ ରୁପି ହେବା ଏହିପରି ଅନେକ ସମସ୍ୟା ଦେଖା ଯାଇଥାଏ। ଯାହାପାଇଁ କିଛି ଲୋକ ଅନେକ ଜିନିଷ ବ୍ଯବହାର କରିଥାନ୍ତି। ବେଳେ ବେଳେ ଏହିସବୁ ଜିନିଷ କାମ କରିଥାଏ କିନ୍ତୁ କିଛି ଦିନପରେ ପୁଣି ଥରେ ଏହି ସମସ୍ୟା ଆରମ୍ଭ ହୋଇଯାଇଥାଏ। ଏନେଇ ଆପଣ ଜାଣିଛନ୍ତି କି ରୁପି ସମସ୍ୟା ପାଇଁ ଆପଲ୍ ସାଇଡର୍ ଭିନେଗାର୍ ସବୁଠାରୁ ଲାଭଦାୟକ ହୋଇଥାଏ।ଆପଲ୍ ସାଇଡର୍ ଭିନେଗାର୍ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ରୁପି ସମସ୍ୟା ଦୂର ହୋଇଯିବ। ଏଥିରେ ଭିଟାମିନ, ମିନେରାଲ୍ସ ଓ ଆଲ୍ଫା ହାଇଡ୍ରୋକ୍ସ ଏସିଡ ରହିଛି ଯାହା ରୁପି ଦୂର କରିବାରେ ସାହାଯ୍ୟ କରିଥାଏ।

ଦୁଇ କପ୍ ପାଣିରେ ଚାରି ଚାମଚ୍ ଆପଲ୍ ସାଇଡର୍ ଭିନେଗାର୍ ମିଶାଇ ଏହାକୁ କେଶରେ ଲଗାନ୍ତୁ ଓ କିଛି ସମୟ ପରେ ସାମ୍ପୁ ଲଗାଇ ସଫା କରି ଦିଅନ୍ତୁ। ଏହାକୁ ଆପଣ ଗରମ ପାଣିରେ ମଧ୍ୟ ମିଶାଇ ସାମ୍ପୁ ସହିତ ଲଗାଇ ପାରିବେ। କିନ୍ତୁ ଆପଲ୍ ସାଇଡର୍ ଭିନେଗାର୍ ବ୍ୟବହାର କରିବା ପୂର୍ବରୁ ଆପଣ ଏହାକୁ ଭଲ ଭାବେ ସେକ୍ କରିବା ଉଚିତ୍। ଏହା ବ୍ୟତୀତ ଅନ୍ୟ ଏକ ଉପାୟରେ ମଧ୍ୟ ଆପଣ ଏହି ଆପଲ୍ ସାଇଡର୍ ଭିନେଗାର୍ କୁ ବ୍ୟବହାର କରିପାରିବେ। ଏଥିପାଇଁ ଆପଣ ପ୍ରଥମେ ଏକ ଚାମଚ ଆପଲ୍ ସାଇଡର୍ ଭିନେଗାରରେ କିଛି ଅଲିଭ୍ ଅଏଲ ମିଶାଇ କେଶରେ ଲଗାନ୍ତୁ। ଏହାକୁ ୧୫ ମିନିଟ ପର୍ଯ୍ୟନ୍ତ ରଖିବା ପରେ ସାମ୍ପୁରେ ସଫା କରି ଦିଅନ୍ତୁ।

ଦେଖିବେ ଖୁବ କମ ଦିନରେ ରୁପି ସମସ୍ୟା ଦୂର ହୋଇଯିବ। ଏଥିସହ ଆପଣ ମହୁ ଓ ଦହି ସହିତ ମିଶାଇ ମଧ୍ୟ ଆପଲ୍ ସାଇଡର୍ ଭିନେଗାର୍ କେଶର ମୂଳରେ ଲଗାଇ ପାରିବେ। କେବଳ ସେତିକି ନୁହେଁ ଏଲୋଭେରା ଜେଲ୍ ସହିତ ଦୁଇ ଚାମଚ ଆପଲ୍ ସାଇଡର୍ ଭିନେଗାର୍, ଗୋଟିଏ ଚାମଚ୍ ମହୁ ମିଶାଇ ଲଗାଇ ପାରିବେ। ଏହା ରୁପି ଦୂର କରିବା ସହିତ କେଶକୁ ସୁସ୍ଥ ମଧ୍ୟ ରଖିଥାଏ। କେଶ ଝଡ଼ିବା ମଧ୍ୟ କମ୍ କରିଥାଏ।  ଏହାକୁ ଆପଣ ସପ୍ତାହରେ ୨ ରୁ ୩ ଥର ବ୍ୟବହାର କରିପାରିବେ। ଏହି ଉପାୟ ଆପଣେଇବା ଦ୍ବାରା ଆପଣଙ୍କ ରୁପି ସମସ୍ୟା ଦୂର ହେବା ସହ ସୁସ୍ଥ ସୁନ୍ଦର କେଶ ପାଇପାରିବେ।

ଅନ୍ୟମାନଙ୍କୁ ଜଣାନ୍ତୁ।