You are currently viewing ସୁସ୍ଥ ହୋଇନାହାନ୍ତି ମହାବାହୁ , ଆଜି ଲାଗି ହେବ ଦଶମୂଳ

ସୁସ୍ଥ ହୋଇନାହାନ୍ତି ମହାବାହୁ , ଆଜି ଲାଗି ହେବ ଦଶମୂଳ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୨୩/୦୬, ସ୍ନାନ ପୂର୍ଣ୍ରିମାରେ ଗାଧୋଇବା ପରଠାରୁ ଅସୁସ୍ଥ ଅଛନ୍ତି ଶ୍ରୀଜିଉ । ଅଣସର ଘରେ ଚାଲିଛି ପ୍ରଭୁଙ୍କର ଗୁପ୍ତ ସେବା । ଫୁଲୁରିତେଲ ଓ ଓଷା ଲାଗିପରେ ମଧ୍ୟ ସୁସ୍ଥ ହୋଇନାହାନ୍ତି ମହାବାହୁ । ଏଥିପାଇଁ ଆଜି ରାଜ ବୈଦ୍ୟଙ୍କ ପରାମର୍ଶ କ୍ରମେ ଲାଗିକରାଯିବ ଦଶମୂଳ ଔଷଧ । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ଘରୁ ଏହି ଔଷଧ ଆସିଥାଏ । ତେଣୁ ଜ୍ୱରରୁ ଶୀଘ୍ର ସୁସ୍ଥ ହେବା ପାଇଁ ରାଜ ବୈଦ୍ୟଙ୍କ ପରାମର୍ଶ କ୍ରମେ ଆଜି ମଧ୍ୟରାତ୍ରରେ ଦିଆଯିବ ଏହି ଔଷଧ । ଏହା ହେଉଛି ଏକ ବିଶେଷ ନୀତି । ଏହାସହ ମନ୍ଦିରରେ ଆଜି ବିଜେ ହେବ ଚକାବାଜୀ ନୀତି ।

ଅନ୍ୟମାନଙ୍କୁ ଜଣାନ୍ତୁ।