You are currently viewing ସେରୋ ସର୍ଭେ ରିପୋର୍ଟ ପ୍ରକାଶିତ

ସେରୋ ସର୍ଭେ ରିପୋର୍ଟ ପ୍ରକାଶିତ

ଭୁବନେଶ୍ୱର-୨୪.୦୭.୨୦୨୧, ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେର ଓଡ଼ିଶା ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ମୁତାବକ ସାଧାରଣ ଲୋକଙ୍କ ମଧ୍ୟରୁ ୬୫.୧୨% ଲୋକଙ୍କ ଦେହରେ ଆଣ୍ଟିବଡି ଏବଂ ୮୫.୫୩% ସ୍ବାସ୍ଥ୍ୟକର୍ମୀଙ୍କ ଦେହରେ ଆଣ୍ଟିବଡି ରହିଛି ।। ଏହି ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ ଜୁନ୍ ୧୬ରୁ ୨୦ ମଧ୍ୟରେ କରାଯାଇଥିଲା । ଓଡିଶାର ୩ଟି ଜିଲ୍ଲା ଗଞ୍ଜାମ, ରାୟଗଡ଼ା ଓ କୋରାପୁଟରେ ସର୍ଭେ ହୋଇଥିଲା । ସର୍ଭେ ପାଇଁ ୧୨୩୦ ଜଣଙ୍କର ସାମ୍ପୁଲ ସାଧାରଣ ଲୋକ ଏବଂ ୩୮୫ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କର ସାମ୍ପୁଲ ସଂଗ୍ରହ କରାଯାଇଥିଲା ।
ରିପୋର୍ଟ ଅନୁସାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦.୯% ଲୋକଙ୍କ ଦେହରେ ଆଣ୍ଟିବଡି ରହିଥିବାବେଳେ ରାୟଗଡ଼ାରେ ୬୩% ଓ କୋରାପୁଟରେ ୬୧.୩% ଲୋକଙ୍କଠାରେ ଆଣ୍ଟିବଡି ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।