You are currently viewing ଶ୍ରୀମନ୍ଦିର ଖୋଲିବା ଦାବିରେ ସିଂହଦ୍ୱାର ସମ୍ମୁଖରେ ବରିଷ୍ଠ ସେବାୟତଙ୍କ ଧାରଣା

ଶ୍ରୀମନ୍ଦିର ଖୋଲିବା ଦାବିରେ ସିଂହଦ୍ୱାର ସମ୍ମୁଖରେ ବରିଷ୍ଠ ସେବାୟତଙ୍କ ଧାରଣା

ପୁରୀ, ଶ୍ରୀମନ୍ଦିର ଖୋଲିବା ଦାବିରେ ସିଂହଦ୍ୱାର ସମ୍ମୁଖରେ ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ତଥା ବରିଷ୍ଠ ସେବାୟତ ଦାମୋଦର ମହାସୁଆର ଧାରଣାରେ ବସିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ମନ୍ଦିର ଖୋଲିବାକୁ ଅନୁମତି ଦେଇସାରିଲେଣି। ଦେଶର ବିଭିନ୍ନ ମନ୍ଦିର ଖୋଲିସାରିଲାଣି। କିନ୍ତୁ ରାଜ୍ୟ ସରକାର କାହିଁକି ମନ୍ଦିର ଖୋଲିବାକୁ ଅନୁମତି ଦେଉନାହାନ୍ତି ବୋଲି ଦାମୋଦର ମହାସୁଆର ପ୍ରଶ୍ନ କରିଛନ୍ତି। ତା’ଛଡ଼ା କରୋନା ସଂକ୍ରମଣ ସମୟରେ ସେବାୟତମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ହେତୁ ମନ୍ଦିର ଖୋଲାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏଣୁ କୋଭିଡ୍ କଟକଣା ଭିତରେ ଶ୍ରୀମନ୍ଦିର ଖୋଲିବାକୁ ସେ ଦାବି କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।