suprime court

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି: ଫେରିବନି ବାଲାଟ୍ ପେପର୍

ଏଏନଏସ: ଦୀର୍ଘଦିନ ଧରି ଦେଶରେ ବାଲାଟ ପେପରରେ ନିର୍ବାଚନ କରିବାକୁ କିଛି ସାମାଜିକ ସଂଗଠନ ଓ ବିରୋଧୀ ଦଳମାନେ ଦାବି କରୁଥିବା ବେଳେ ଏହାର ପୂର୍ଣ୍ଣଛେଦ କରିଛନ୍ତି ସର୍ବୋଚ୍ଚନ୍ୟାୟାଳୟ | ଏହାକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ବିଭିନ୍ନ ଯାଚିକାକୁ ଖାରଜ କରିଛନ୍ତି ନ୍ୟାୟାଳୟ | ଏହାସହ ଇଭିଏମରେ ସବୁସ୍ଥାନରେ ଭୋଟିଙ୍ଗ କରିବାକୁ କ୍ଲିନଚିଟ ଦେଇଛନ୍ତି ସୁପ୍ରମିକୋର୍ଟ ।

ଇଭିଏମ୍ ଜରିଆରେ ଦିଆଯାଇଥିବା ଭୋଟ୍ ସହ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରୋଲ୍ (ଭିଭିପ୍ୟାଟ) ସ୍ଲିପ୍ ନେଇ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇଛନ୍ତି। ଅନେକ ଦିନ ଧରି ଭିଭିପ୍ୟାଟ ମାମଲାର ଶୁଣାଣି କରିବା ପରେ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।