You are currently viewing ଆଜି ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କ ଜୟନ୍ତୀ

ଆଜି ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କ ଜୟନ୍ତୀ

ନୂଆଦିଲ୍ଲୀ-୦୨.୧୦.୨୦୨୧, ଆଜି ଦୁଇ ମହାପୁରୁଷଙ୍କ ଜୟନ୍ତୀ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସହ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କର ଜନ୍ମ ଜୟନ୍ତୀ। ସାରା ଦେଶରେ ଆଜି ଗାନ୍ଧିଜୀଙ୍କର ୧୫୨ତମ ଜୟନ୍ତୀ ପାଳନ ହେଉଥିବାବେଳେ ମହାପୁରୁଷ ଶାସ୍ତ୍ରୀଜୀଙ୍କର ୧୧୬ତମ ଜୟନ୍ତୀ ପାଳନ ହେଉଛି।
ଦେଶକୁ ଇଂରେଜ ଶାସନରୁ ମୁକ୍ତ କରିଥିବା ମହାନ ଯୁଗପୁରୁଷ ହେଉଛନ୍ତି ମହାତ୍ମା ଗାନ୍ଧୀ। ସେ ଅକ୍ଟୋବର ୨ ତାରିଖ ୧୮୬୯ ମସିହାରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ। ସେହିପରି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଅକ୍ଟୋବର ୨ତାରିଖ ୧୯୦୪ରେ ଜନ୍ମଗ୍ରହଣ କରିଥିଲେ।

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି ଯେ, ଜନ୍ମ-ଜୟନ୍ତୀ ଉପଲକ୍ଷେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି। ପୂଜ୍ୟ ବାପୁଙ୍କ ଜୀବନ ଓ ଆଦର୍ଶ ଦେଶର ସମସ୍ତ ପିଢ଼ିଙ୍କୁ କର୍ତ୍ତବ୍ୟ ପଥରେ ଅଗ୍ରସର ହେବାକୁ ପ୍ରେରଣା ଦେଉଥିବ।

ସେହିଭଳି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରିଛନ୍ତି, ଜୟନ୍ତୀ ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ବାହାଦୁର ଶାସ୍ତ୍ରୀଜୀଙ୍କୁ ଶତ-ଶତ ପ୍ରଣାମ। ମୂଲ୍ୟବୋଧ ଏବଂ ସିଦ୍ଧାନ୍ତ ଉପରେ ପର୍ଯ୍ୟବେଶିତ ତାଙ୍କ ଜୀବନ ଦେଶବାସୀଙ୍କ ପାଇଁ ସଦାସର୍ବଦା ପ୍ରେରଣାର ସ୍ରୋତ ହୋଇ ରହିବ।

ଏହି ଅବରସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଘାଟ ପହଂଚି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ମୋଦୀଙ୍କ ବ୍ୟତୀତ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଲୋକସଭା ବାଚସ୍ପତି ମଧ୍ୟ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।