You are currently viewing ଆଜି କୋଟିଆ ମାମଲାର ଜରୁରୀ ଶୁଣାଣି

ଆଜି କୋଟିଆ ମାମଲାର ଜରୁରୀ ଶୁଣାଣି

ଭୁବନେଶ୍ୱର- ଓଡିଶାର ଅଞ୍ଚଳ କୋଟିଆକୁ ନେଇ ଆନ୍ଧ୍ର ଓ ଓଡିଶା ଭିତରେ ବିବାଦ ବଢ଼ିବାରେ ଲାଗିଛି । ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ ରାଜ୍ୟ ସରକାର । ଏନେଇ ଆଜି ସୁପ୍ରିମ କୋର୍ଟରେ କୋଟିଆ ମାମଲାର ଶୁଣାଣି ହେବ । ଓଡିଶାର କୋଟିଆରେ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରାଜ୍ୟ ସରକାର । ସୀମା ବିବାଦ ନେଇ ୧୯୬୮ ଓ ୨୦୦୬ରେ ସ୍ଥିତାବସ୍ଥା ଜାରି କରିଥିଲେ କୋର୍ଟ ।

ଅନ୍ୟମାନଙ୍କୁ ଜଣାନ୍ତୁ।