You are currently viewing ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତିର  ହେବ ପୁନର୍ବିଚାର

ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତିର ହେବ ପୁନର୍ବିଚାର

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନଏସ): ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତିର ହେବ ପୁନର୍ବିଚାର। ଏନେଇ ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ସୂଚନା ଦେଇଛନ୍ତି। ଆଜିର ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏହି ନିଷ୍ପତ୍ତିର ତର୍ଜମା କରି ସଂଶୋଧନ ପାଇଁ ଜନଜାତି ଉପଦେଷ୍ଟା ପରିଷଦ ନିକଟକୁ ମଧ୍ୟ ପଠାଯାଇଛି।

ତେବେ ସୂଚନା ଥାଉ କି, ଗତ ୧୪ ତାରିଖରେ ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଥିଲା । ପରେ ୧୫ ତାରିଖରେ ଏହାକୁ ଐତିହାସିକ ନିଷ୍ପତ୍ତି ବୋଲି କହିଥିଲେ ମନ୍ତ୍ରୀ। କିନ୍ତୁ ୧୬ ତାରିଖରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଟ୍ୱିଟ୍ କରି ଏହି କ୍ୟାବିନେଟ ନିଷ୍ପତ୍ତିକୁ ସ୍ଥଗିତ କରାଯାଇଥିବା ସୂଚନା ଦେଇଥିଲେ। କିନ୍ତୁ ଏହି ନିଷ୍ପତ୍ତିକୁ ସ୍ଥଗିତ ନୁହେଁ ବରଂ ପ୍ରତ୍ୟାହୃତ କରିବାକୁ କହି ବିଧାନସଭାରେ ବିରୋଧ କରିଥିଲେ ବିରୋଧୀ। ଏନେଇ ଗୃହରେ ତୁମ୍ବି ତୋଫାନ କରିଥିଲେ ଉଭୟ ବିଜେପି ଓ କଂଗ୍ରେସର ସଦସ୍ୟ । ଫଳରେ ଗୃହକାର୍ୟ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।