You are currently viewing ବିଦେଶ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ କମିଲା ଦ୍ବିତୀୟ ଡୋଜ ଟିକା ବ୍ୟବଧାନ

ବିଦେଶ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ କମିଲା ଦ୍ବିତୀୟ ଡୋଜ ଟିକା ବ୍ୟବଧାନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର-୧୧.୦୬.୨୦୨୧, ବିଦେଶ ଗସ୍ତରେ ଯିବାକୁ ଥିବା ବ୍ୟକ୍ତିଙ୍କ ପାଇଁ ଟିକା ନିୟମରେ କୋହଳ କରାଯାଇଛି। ପଢ଼ାପଢ଼ି,ଚାକିରି, କିମ୍ବା ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗୀତାରେ ଯେଉଁମାନେ ଭାଗ ନେବାକୁ ଯାଉଛନ୍ତି ସେମାନଙ୍କୁ ଆଗୁଆ କରୋନା ଟିକା ଦିଆଯିବ। ବିଦେଶ ଯାତ୍ରା କରିବାକୁ ଯାଉଥିବା ଵ୍ୟକ୍ତି ୮୪ ଦିନ ପରିବର୍ତ୍ତେ ୨୮ ଦିନ ପରେ ମଧ୍ୟ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ନେଇପାରିବେ ।ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ଚିଠି ଲେଖିଛନ୍ତି ।
ଏଠାରେ ସୂଚନିଯୋଗ୍ୟ ଯେ, ପ୍ରଥମେ କୋଭିସିଲ୍ଡ ଟୀକାକରଣରେ ୨୮ ରୁ ୪୨ ଦିନର ବ୍ୟବଧାନ ରଖାଯାଇଥିଲା । ଏହା ପରେ ଦ୍ଵିତୀୟ ଡୋଜ ନେବାର ବ୍ୟବଧାନ ୬-୮ ସପ୍ତାହକୁ ବୃଦ୍ଧି କରାଯାଇଥିଲା ଏବଂ ପରେ ବ୍ୟବଧାନ ୧୨-୧୬ ସପ୍ତାହକୁ ବୃଦ୍ଧି କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।