biswabhusan-das

କଂଗ୍ରେସରୁ ଇସ୍ତଫା ଦେଲେ ପିସିସି ଉପସଭାପତି ବିଶ୍ୱଭୂଷଣ ଦାସ

ଏଏନଏସ: କଂଗ୍ରେସ ଛାଡିଲେ ପିସିସି ଉପସଭାପତି ତଥା କଂଗ୍ରେସ ନେତା ବିଶ୍ୱଭୂଷଣ ଦାସ। କାକଟପୁରର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ୨୦୦୯ ଏବଂ ୨୦୧୯ରେ ନିର୍ବାଚନ ଲଢିଥିଲେ ବିଶ୍ୱଭୂଷଣ ଦାସ। କଂଗ୍ରେସରୁ ଇସ୍ତଫା ଦେବା ପରେ ବିଶ୍ୱଭୂଷଣ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। ବିଶ୍ୱଭୂଷଣ ପୂର୍ବରୁ ପିସିସି ସାଧାରଣ ସଂପାଦକ ଥିଲେ । ସେ ଛାତ୍ର ରାଜନୀତିରେ ସକ୍ରିୟ ରହିବା ସହ ବିଜେବି କଲେଜର ସଭାପତି ହୋଇଥିଲେ । ପରେ ରାଜ୍ୟ ଯୁବ କଂଗ୍ରେସର ଉପସଭାପତି ହୋଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।