You are currently viewing ପଶ୍ଚିମା ଝଡର ପ୍ରଭାବରେ ଆଜିଠୁ ଦୁଇଦିନ ହାଲୁକା ବର୍ଷା ସମ୍ଭାବନା

ପଶ୍ଚିମା ଝଡର ପ୍ରଭାବରେ ଆଜିଠୁ ଦୁଇଦିନ ହାଲୁକା ବର୍ଷା ସମ୍ଭାବନା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୯.୦୨.୨୦୨୨, ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବରେ ଆଜିଠୁ ଦୁଇଦିନ ହାଲୁକା ବର୍ଷା ସମ୍ଭାବନା ରହିଛି । ୨୪ ଘଣ୍ଟା ମଧ୍ୟରେ ୬ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହି ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡା, ସୁନ୍ଦରଗଡ, ଦେଓଗଡ, ସମ୍ବଲପୁର, କେଉଁଝର, ମୟୂରଭଞ୍ଜ | ଏହି ଜିଲ୍ଲାଗୁଡିକରେ ଏକ କିମ୍ବା ଦୁଇଟି ସ୍ଥାନରେ ହାଲୁକା କିମ୍ବା ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି । ସେହିପରି ଆଗାମୀ ଦୁଇ ଦିନ ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ସେଲସିୟସ ହ୍ରାସ ସମ୍ଭାବନା ରହିଛି । ଏହାପରେ ପୁଣିଥରେ ବଢିବ ଶୀତ | ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି l

ଅନ୍ୟମାନଙ୍କୁ ଜଣାନ୍ତୁ।