You are currently viewing ଶିଶୁକନ୍ୟାର ଗଳା କାଟି ହତ୍ୟା, ଅଭିଯୁକ୍ତ ଅଟକ

ଶିଶୁକନ୍ୟାର ଗଳା କାଟି ହତ୍ୟା, ଅଭିଯୁକ୍ତ ଅଟକ

ସମ୍ବଲପୁର(ଏଏନଏସ)୨୫/୦୩, ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ କସଡ଼ା ଗାଁରେ ଅଭାବନୀୟ ଘଟଣା । ଶିଶୁକନ୍ୟାକୁ ହତ୍ୟା କରିବା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲେ ଯୁବକ। । ମୃତ ଶିଶୁକନ୍ୟା ଜଣଙ୍କ ହେଲେ ନବକିଶୋର ଧରୁଆଙ୍କ ଆଠ ବର୍ଷର ଝିଅ ପ୍ରଜାଲିନ। ପୁଲିସ ଅଭିଯୁକ୍ତ ଯୁବକ ପ୍ରଶାନ୍ତ ବଗାରଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ସୂଚନା ଅନୁସାରେ, ଆଜି ସକାଳେ ପ୍ରଜାଲିନ ଘର ପାଖ ଚାଷ ଜମିକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ପ୍ରଶାନ୍ତ ସେଠାରେ ପହଞ୍ଚି ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥଲା। ପରେ ପ୍ରଶାନ୍ତ ଶିଶୁକନ୍ୟାର କଟା ମୁଣ୍ଡ ଧରି ଗାଁକୁ ଆସିଥିଲେ। ଲୋକେ ଏହା ଦେଖି ପାଟିତୁଣ୍ଡ କରିବାରୁ ପ୍ରଶାନ୍ତ କନ୍ୟାର କଟାମୁଣ୍ଡକୁ ନଳକୂପ ପାଖରେ ପକାଇ ଦେଇଥିଲା। ଗ୍ରାମବାସୀ ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ପ୍ରଶାନ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଅନ୍ୟମାନଙ୍କୁ ଜଣାନ୍ତୁ।