You are currently viewing ନୁପୁର ଶର୍ମାଙ୍କୁ ଆଶ୍ୱସ୍ତି

ନୁପୁର ଶର୍ମାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ(୧୦.୯.୨୨) : ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଅଭଦ୍ର ଟିପ୍ପଣୀ କରିଥିବା ପୂର୍ବତନ ନେତ୍ରୀ ନୂପୁର ଶର୍ମାଙ୍କୁ ବଡ ଆଶ୍ୱସ୍ଥି । ତାଙ୍କୁ ଗିରଫ କରିବା ପାଇଁ ଦାବି ହୋଇଥିଲା । କିନ୍ତୁ ଏହି ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି । ଏହାର ନିରପେକ୍ଷ ତଦନ୍ତ ଦାବି କରାଯାଇଥିଲା । କିନ୍ତୁ ଏଥିରେ ହସ୍ତକ୍ଷପ କରିବାକୁ ସୁପ୍ରିମ କୋର୍ଟ ମନା କରିଥିଲେ । ଜଣେ ମହିଳା ଆଇନ୍‌ଜୀବୀ ଏପରି ଆବେଦନ କରିଥିଲେ ଓ ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ନୂପୁର ଦେଇଥିବା ବୟାନର ତଦନ୍ତ ପାଇଁ ଦାବି ହୋଇଥିଲା । ଏହି ଆବେଦନର ସିଜେଆଇ ଜଷ୍ଟିସ ୟୁୟୁ ଲଳିତଙ୍କ ଖଣ୍ଡପୀଠ ଆଗରେ ଉପସ୍ଥାପନା କରିଥିଲେ । ହେଲେ ଖଣ୍ଡପିଠ ଆଗରେ ଉପସ୍ଥାପନା କରାଯାଇ ପାରିବ ନାହିଁ ବୋଲି କୁହାଯାଇଛି । ନୂପୁର ଗୋଟିଏ ଟିଭି ବିତର୍କରେ ଭାଗନେଇ ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଅଭଦ୍ର କଥା କହିଥିଲେ । ଏହାକୁ ଦେଶ ଦେଶ ବିଦେଶରେ ପ୍ରବଳ ପତିକ୍ରିୟା ପ୍ରକାଶ ପାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।