You are currently viewing ଅଲରାଉଣ୍ଡର ଭେଙ୍କେଟେଶ ଆହତ

ଅଲରାଉଣ୍ଡର ଭେଙ୍କେଟେଶ ଆହତ

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ (୧୭.୯.୨୨) : ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଭେଙ୍କଟେଶ ଆୟର କ୍ରିକେଟ ଖେଳିବା ସମୟରେ ଗୁରୁତର ଆହତ ହୋଇଛନ୍ତି। ଦିଲୀପ ଟ୍ରଫିରେ ସେଣ୍ଟ୍ରାଲ ଜୋନରୁ ଖେଳୁଥିବା ଆୟରଙ୍କ ବେକରେ ବଲ୍ ବାଜିବା ଯୋଗୁଁ ପଡିଆ ମଝିରେ ଗୁରୁତର ଆହତ ହୋଇଥିଲେ। ଆହତ ହେବା ସଙ୍ଗେ ସଙ୍ଗେ ତାଙ୍କ ଆମ୍ବୁଲାନ୍ସ ଯୋଗେ ହସପିଟାଲ ନିଆଯାଇଥିଲା। ଦିଲୀପ ଟ୍ରଫି ଖେଳୁଥିବା ସମୟରେ ୱେଷ୍ଟ ଜୋନର ଖେଳାଳି ଚିନ୍ତନ ଗାଜାଙ୍କ ବଲରେ ଆହତ ହୋଇଥିଲେ। ବଲ୍ ତାଙ୍କ ବେକରେ ବାଜିବାମାତ୍ରେ ପଡିଆ ମଝିରେ ପଡିଯାଇଥିଲେ ଭେଙ୍କଟେଶ। ଦିଲୀପ ଟ୍ରଫିର ଦ୍ୱିତୀୟ ଦିନରେ ଏପରି ଘଟଣା ଘଟିଛି। ଏହି ମ୍ୟାଚ୍ ୱେଷ୍ଟ ଜୋନ ଏବଂ ସେଣ୍ଟ୍ରାଲ ଜୋନ ମଧ୍ୟରେ କୋୟମ୍ବାଟୁରର ଏସଏନଆର କଲେଜ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିଲା। ତେବେ ଭେଙ୍କେଟେଶ ବ୍ୟାଟିଂ କରିବା ବେଳେ ନୁହେଁ ବରଂ ଚିନ୍ତନ ଗାଜାଙ୍କ ବଲ ଥ୍ରୋ କରିବା ସମୟରେ ଆହତ ହୋଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।