You are currently viewing ସେମିରେ ହାରିଲେ ଲଭଲିନା, ପଦକ ବ୍ରୋଞ୍ଜରେ ସୀମିତ

ସେମିରେ ହାରିଲେ ଲଭଲିନା, ପଦକ ବ୍ରୋଞ୍ଜରେ ସୀମିତ

ଟୋକିଓ-୦୪.୦୮.୨୦୨୧, ଟୋକିଓ ଅଲିମ୍ପିକ୍ସ ବକ୍ସିଂ ସେମିଫାଇନାଲରେ ହାରିଲେ ଲଭଲିନା । ବ୍ରୋଞ୍ଜ ପଦକରେ ସୀମିତ ରହିଲା ଲଭଲିନାଙ୍କ ଅଲିମ୍ପିକ୍ସ ଯାତ୍ରା । ୬୯ କେଜି ବର୍ଗରେ ତୁର୍କି ପ୍ରତିଦ୍ୱନ୍ଦୀ ବୁସେନାଜ୍ ସୁରମେନେଲିଙ୍କଠୁ ହାରିଲେ ଲଭଲିନା । ତୁର୍କି ପ୍ରତିଦ୍ୱନ୍ଦୀଙ୍କ ଠାରୁ ୫-୦ରେ ଲଭଲିନା ହାରିଯାଇଛନ୍ତି । ତେବେ ଲଭଲିନାଙ୍କ ବ୍ରୋଞ୍ଜ ପଦକକୁ ମିଶାଇ ଭାରତର ପଦକ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଆଜି ଅଲିମ୍ପିକ୍ସରେ ମହିଳା ହକି ସେମିଫାଇନାଲ ଖେଳାଯିବ । କ୍ବାର୍ଟର ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରି ପ୍ରଥମ ଥର ଭାରତୀୟ ମହିଳା ଦଳ ଅଲିମ୍ପିକ୍ସର ସେମିଫାଇନାଲ୍‌ରେ ପ୍ରବେଶ କରିଛି । ଆଜି ଅପରାହ୍ନ ୩ଟା ୩୦ରେ ଆର୍ଜେଣ୍ଟିନାକୁ ଭେଟିବ ଭାରତୀୟ ଦଳ ।

ଅନ୍ୟମାନଙ୍କୁ ଜଣାନ୍ତୁ।