tarak

ଆରପାରିରେ କ୍ରିକେଟ୍ ପ୍ରଶିକ୍ଷକ ତାରକ ସିହ୍ନା

  • Post category:କ୍ରୀଡା
  • Reading time:1 mins read

ତାରକ ସିହ୍ନାଙ୍କର ଆଜି ସକାଳେ ନୂଆଦିଲ୍ଲୀରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସୂଚନା ମୁତାବକ କ୍ରିକେଟ୍ ପ୍ରଶିକ୍ଷକ ତାରକ ସିହ୍ନା କିଛି ଦିନ ହେବ କର୍କଟ ରୋଗରେ ପୀଡ଼ିତ ଥିବା ବେଳେ ଆଜି ତାଙ୍କର ମୃତୁ୍ୟ ହୋଇଛି । କିଛି ଦିନ ଧରି ଫୁସ୍ଫୁସ୍ କର୍କଟ ରୋଗରେ ଆକ୍ରାନ୍ତ ଥିବା ତାରକ ସିହ୍ନାଙ୍କର ନିକଟ ଅତୀତରେ ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇଯାଇଥିଲା। ଦେଶପ୍ରେମ ଆଜାଦ୍, ଗୁରଚରଣ ସିଂହ, ରମାକାନ୍ତ ଆଚ୍ରେକର୍ ଏବଂ ସୁନୀତା ଶର୍ମାଙ୍କ ପରେ ଦ୍ରୋଣାଚାର୍ୟ୍ୟ ପୁରସ୍କାର ପାଇବାରେ ସେ ଥିଲେ ୫ମ ଭାରତୀୟ କ୍ରିକେଟ୍ କୋଚ୍।

ନୂଆଦିଲ୍ଲୀସ୍ଥିତ ‘ସନେଟ୍ କ୍ରିକେଟ୍ କ୍ଲବ୍’ରେ କାର୍ୟ୍ୟ କରିଥିବା ତାରକ ସିହ୍ନା ପ୍ରାୟ କ୍ରିକେଟ୍ ଖେଳାଳିମାନଙ୍କ ସହ କାର୍ୟ୍ୟ କରିଥିଲେ। ୭୦ ବର୍ଷ ବୟସରେ ବି ସେ ଉତ୍ସାହୀ ପ୍ରଶିକ୍ଷକ ଭାବେ ଖେଳ ପଡ଼ିଆକୁ ଯାଇ ତରୁଣ କ୍ରିକେଟ୍ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଥିଲେ। ତାରକ ସିହ୍ନା ଥିଲେ ‘ସନେଟ୍ କ୍ରିକେଟ୍ କ୍ଲବ୍’ ର ଆତ୍ମା। ଭାରତ ଏବଂ ଦିଲ୍ଲୀ କ୍ରିକେଟ୍ ଦଳକୁ ସେ ଅନେକ ରତ୍ନ ଦେଇଛନ୍ତି। ଏନେଇ ତାଙ୍କୁ ସମ୍ମାନ ଜନକ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।