ନୂଆଦିଲ୍ଲୀ, ଅଷ୍ଟ୍ରେଲିଆର ବ୍ରିସ୍ବେନ୍ର ଗ୍ୟାବାରେ ଚାଲିଥିବା ଭାରତ ଓ ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନ ଖେଳରେ ଅଷ୍ଟ୍ରେଲିଆ ଟିମ୍ ୨୯୪ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି । ଅଷ୍ଟ୍ରେଲିଆ ଭାରତକୁ ୩୨୮ ରନର ଟାର୍ଗେଟ୍ ଦେଇଛି । ଭାରତ ମ୍ୟାଚ ଆରମ୍ଭ କରିବାର କିଛି ସମୟ ପରେ ବର୍ଷା ବାଧକ ସାଜିଛି ।

ଯେଉଁ କାରଣରୁ ବର୍ତ୍ତମାନ ମ୍ୟାଚକୁ ସ୍ଥଗିତ ରଖାଯାଇଛି । ଟିମ୍ ଇଣ୍ଡିଆର ରୋହିତ ଶର୍ମା ଏବଂ ଶୁଭମ୍ ଗିଲ୍ ଓପନର୍ ଭାବେ ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି । ଏପର୍ଯ୍ୟନ୍ତ ଭାରତୀୟ ଦଳ ୧.୫ ଓଭରରେ ୪ ରନ କରିଛି । ଭାରତକୁ ବିଜୟ ପାଇଁ ଆହୁରି ୩୨୪ ରନ୍ କରିବାକୁ ପଡ଼ିବ ।