You are currently viewing ଭାରତ ଓ ନ୍ୟୁଜିଲାଣ୍ଡ ଟି-୨୦: ୩-୦ରେ ସିରିଜ ଜିତିଲା ଭାରତ

ଭାରତ ଓ ନ୍ୟୁଜିଲାଣ୍ଡ ଟି-୨୦: ୩-୦ରେ ସିରିଜ ଜିତିଲା ଭାରତ

  • Post category:କ୍ରୀଡା
  • Reading time:1 mins read

କୋଲକାତା-୨୨.୧୧.୨୦୨୧, ୩-୦ରେ ସିରିଜ ଜିତିଲା ଭାରତ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଅନ୍ତର୍ଜାତୀୟ ଟି ୨୦ ମ୍ୟାଚ୍ ରେ  ନ୍ୟୁଜିଲାଣ୍ଡକୁ ୭୩ ରନରେ ପରାସ୍ତ କରିଛି ଭାରତ । କୋଲକାତାରେ ରବିବାର ଖେଳାଯାଇଥିବା ୩ୟ ତଥା ଶେଷ ଟି-୨୦ ମ୍ୟାଚରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି  ୧୮୪ ରନ୍‌ କରିଥିଲା ଭାରତ । କିନ୍ତୁ ୧୭.୨ ଓଭରରେ ୧୧୧ ରନରେ ଅଲଆଉଟ୍ ହୋଇଛି ନ୍ୟୁଜିଲାଣ୍ଡ । ଦଳରୁ କେବଳ ମାର୍ଟିନ୍ ଗୁପଟିଲ୍‌ ୫୧ ରନ, ଲୋକି ଫର୍ଗ୍ୟୁସନ ୧୪ ରନ  କରିଥିଲେ । ବ୍ୟତୀତ ଅନ୍ୟ ସବୁ ବ୍ୟାଟସମ୍ୟାନ ଦଳକୁ ନିରାଶ କରିଛନ୍ତି।
ସେହିପରି ଭାରତ ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୫୬ ରନ କରିଥିବା ବେଳେ ଇଶାନ କିଶନ ୨୯ ରନ କରିଥିଲେ। ଏହି ଶୃଙ୍ଖଳାରେ ରୋହିତ ଶର୍ମା କ୍ରମାଗତ ଭାବେ ୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି   । ଭାରତ ପକ୍ଷରୁ ଅକ୍ଷର ପଟେଲ୍ ୩ଟି ଏବଂ ହର୍ଷଲ ପଟେଲ୍ ୨ଟି ଓ୍ଵିକେଟ୍ ନେଇ ମ୍ୟାଚ୍ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି।  ଅକ୍ଷର ପଟେଲ୍ ପ୍ଲେୟାର ଅଫ ଦ ମ୍ୟାଚ୍ ପୁରସ୍କାର ପାଇଥିବା ବେଳେ ସିରିଜ୍‌ରେ ସର୍ବାଧିକ ରନ କରିଥିବା ରୋହିତ ଶର୍ମା ପ୍ଲେୟାର ଅଫ ଦ ସିରିଜ୍ ବିବେଚିତ ହୋଇଛନ୍ତି।


ଅନ୍ୟମାନଙ୍କୁ ଜଣାନ୍ତୁ।