You are currently viewing ଅମିତ ଶାହଙ୍କ ଗସ୍ତ ପୂର୍ବରୁ ଏନକାଉଣ୍ଟର

ଅମିତ ଶାହଙ୍କ ଗସ୍ତ ପୂର୍ବରୁ ଏନକାଉଣ୍ଟର

  • Post category:ଅପରାଧ
  • Reading time:1 mins read

ଶ୍ରୀନଗର (୩୦.୯.୨୨) : ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଜମ୍ମୁ-କାଶ୍ମୀର ଗସ୍ତ ପୂର୍ବରୁ ସେଠାରେ ହୋଇଛି ଡବଲ ଏନକାଉଣ୍ଟର । ଶାହ ଅକ୍ଟେବର ୩ରେ ରଜୌରୀ ଓ ବାରମୁଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ପୂର୍ବରୁ ଆଜି ବାରମୁଲ୍ଲା ଓ ଶୋପିଆନରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ବାରମୁଲ୍ଲାର ପାଟ୍ଟନ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ତେବେ ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି । ସେହିପରି ଶୋପିଆନରେ ଗୁଳି ବିନିମୟ ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ । ବାରମୁଲ୍ଲାର ପାଟ୍ଟନ ଅନ୍ତର୍ଗତ ୟେଦିପୋରାରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ମିଳିବା ପରେ ପୋଲିସ ଓ ସେନା ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା । ସୁରକ୍ଷା କର୍ମଚାରୀମାନେ ପୁରା ଅଞ୍ଚଳକୁ କର୍ଡନ କରିବାକୁ ଉଦ୍ୟମ କରୁଥିବା ବେଳେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ । ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ ପାଲଟା ଜବାବ ଦିଆଯାଇଥିଲା । ଏଥିରେ ଏବେ ପର୍ଯ୍ୟନ୍ତ ଜଣେ ଆତଙ୍କୀ ନିହତ ହୋଇଥିବା ବେଳେ ଅନ୍ୟମାନେ ସେଠାରୁ ଖସି ଚାଲିଯାଇଛନ୍ତି । ଏବେ ମଧ୍ୟ ସେଠାରେ ଅପରେସନ ଜାରି ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।