You are currently viewing ବିମାନବନ୍ଦରରେ ସଲମାନଙ୍କୁ ଅଟକାଇବା ମାମଲା: ସିଏସ୍‌ଏଫ୍ ଯବାନଙ୍କୁ ଦଣ୍ଡ ନୁହେଁ ବରଂ ପୁରସ୍କୃତ କରାଯାଇଛି

ବିମାନବନ୍ଦରରେ ସଲମାନଙ୍କୁ ଅଟକାଇବା ମାମଲା: ସିଏସ୍‌ଏଫ୍ ଯବାନଙ୍କୁ ଦଣ୍ଡ ନୁହେଁ ବରଂ ପୁରସ୍କୃତ କରାଯାଇଛି


ନୂଆଦିଲ୍ଲୀ,୨୫/୦୮: ଅଗଷ୍ଟ ୨୦ରେ ସିଏସ୍‌ଏଫ୍ ଯବାନ ସୋମନାଥ ମହାନ୍ତି ସଲମାନ ଖାନଙ୍କୁ ମୁମ୍ବାଇ ବିମାନବନ୍ଦରରେ ଯାଞ୍ଚ ପାଇଁ ଅଟକାଇଥିଲେ । ସଲମାନ ଖାନଙ୍କ ଏହି ଭିଡିଓ ବହୁତ ଭାଇରାଲ ହୋଇଥିଲା । ଏହି ଭିଡିଓରେ ଲୋକମାନେ ସିଏସ୍‌ଏଫ୍ ଯବାନଙ୍କୁ ହିରୋ ବୋଲି କହିଥିଲେ ଏବଂ ତାଙ୍କ କର୍ତ୍ତବ୍ୟ ପାଳନ କରିଥିବାରୁ ତାଙ୍କୁ ପ୍ରଂଶସା ମଧ୍ୟ କରିଥିଲେ । ଏହା ପରେ ସାମ୍ନାକୁ ଆସିଲା ଯେ ସଲମାନଙ୍କୁ ଅଟକାଇଥିବା ଅଧିକାରୀଙ୍କ ଫୋନ ଜବତ କରାଯାଇଛି ଯାହାଫଳରେ ସେ ଗଣମାଧ୍ୟମ ସହ କଥା ହୋଇପାରିବେ ନାହିଁ । ତଥାପି ଏହ ସବୁ ଜିନିଷ ଭିତ୍ତିହୀନ ବୋଲି ପ୍ରମାଣିତ ହୋଇଛି ।
ସିଏସ୍‌ଏଫ୍‌ର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ଏହି ଖବର ଭୁଲ ବୋଲି କୁହାଯାଇଛି । ଟ୍ୱିଟ୍ ଅନୁଯାୟୀ, ‘ଏହି ଟ୍ୱିଟରେ ଦିଆଯାଇଥିବା ସୂଚନା ମିଥ୍ୟା ଏବଂ ଭିତ୍ତିହୀନ । ସଠିକ କଥା ହେଉଛି ସମ୍ପୃକ୍ତ ଅଧିକାରୀଙ୍କୁ ତାଙ୍କ କର୍ତ୍ତବ୍ୟର ସର୍ବୋତ୍ତମ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଛି । ବାସ୍ତବରେ ଜଣେ ଉପଭୋକ୍ତା ସିଏସ୍‌ଏଫ୍ର ଅଫିସିଆଲ ହ୍ୟାଣ୍ଡେଲକୁ ଟ୍ୟାଗ କରୁଥିବା ଏକ ପ୍ରଶ୍ନ ପଚାରିଥିଲେ, ଯାହାର ଉତ୍ତର ଦେବାବେଳେ ସେ ସବୁକିଛି ଅସ୍ୱୀକାର କରିଥିଲେ । ଏହି ଟୁଇଟ୍ ପରେ ଲୋକମାନେ ପୁଣିଥରେ ସିଏସ୍‌ଏଫ୍ ଯବାନ ସୋମନାଥଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି । ଜଣେ ବ୍ୟକ୍ତି ମନ୍ତବ୍ୟ ଦେଇଛନ୍ତି ଏବଂ ଲେଖିଛନ୍ତି –ତାଙ୍କ ସାହସିକତା ପାଇଁ ସିଏସ୍‌ଏଫ୍ ଅଧିକାରୀଙ୍କୁ ନମସ୍କାର ।
ଏହା ପୂର୍ବରୁ ଗଣମାଧ୍ୟମ ସହିତ ଯୋଗାଯୋଗ ପାଇଁ ସୋମନାଥଙ୍କ ମୋବାଇଲ ଫୋନ୍ ଜବତ ରାଯାଇଥିବା ଖବର ମିଳିଥିଲା । ଏହା ପ୍ରୋଟକଲର ଉଲ୍ଲଘଂନ । ଏହି ଘଟଣା ସମ୍ପର୍କରେ ସେ ଆଉ ଗଣମାଧ୍ୟମ ସହ କଥାବାର୍ତ୍ତା ନକରିବାକୁ ତାଙ୍କ ମୋବାଇଲ ଫୋନ ଜବତ କରାଯାଇଛି ।


ନିକଟରେ ସଲମାନ ଖାନଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓରେ ,ଯେତେବେଳେ ସଲମାନ ବିମାନବନ୍ଦରରେ ପ୍ରବେଶ କରିବାକୁ ଆଗେଇ ଆସନ୍ତି ସେତେବେଳ ଜଣେ ସିଏସ୍‌ଏଫ୍ ଯବାନ ସଲମାନଙ୍କୁ ଅଟକାଇଥିଲେ । ସୋସିଆଲ ମିଡିଆରେ ସଲମାନଙ୍କୁ ଅଟକାଇଥିବା ଯବାନଙ୍କୁ ଲୋକମାନେ ପ୍ରଂଶସା କରିଥିଲେ । ଅନେକ ଲୋକ କହିଛନ୍ତି ଯେ ଯାହା ହେଉନା କାହିଁକି ସମସ୍ତେ ବିମାନମନ୍ଦରରେ ସୁରକ୍ଷା ଯାଞ୍ଚ ଦେଇ ଯିବା ଉଚିତ । ସେତେବେଳେ ସଲମାନ ଖାନ ଟାଇଗର-୩ ର ସୁଟିଂ ପାଇଁ ରୁଷିୟା ଯାଉଥିଲେ ।
ଗତ ସପ୍ତାହରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍ ‘ଟାଇଗର-୩’ ସୁଟିଂ ପାଇଁ ମୁମ୍ବାଇ ଅଭିମୁଖେ ଯାଉଥିବା ବେଳେ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରରେ ଭିଲେନ ଭୂମିକାରେ ଅଭିନୟ କରୁଥିବା ଇମ୍ରାନ୍ ହାଶ୍ମୀ ଏହିି କାର୍ଯ୍ୟସୂଚୀରେ ଅନ୍ତର୍ଭୂକ୍ତ ନୁହଁନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।