You are currently viewing ସେନା ହେଲିକପ୍ଟର କ୍ରାସ୍ ଘଟଣା, ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି

ସେନା ହେଲିକପ୍ଟର କ୍ରାସ୍ ଘଟଣା, ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି

ଚେନ୍ନାଇ-୦୮.୧୨.୨୦୨୧, ତାମିଲନାଡୁର କନ୍ନୁର ଠାରେ ହୋଇଥିବା ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ଘଟଣାରେ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଦୁର୍ଘଟଣାରେ ଆଉ ୩ ଜଣ ଗୁରୁତର ଅଛନ୍ତି । ଏହି ହେଲିକପ୍ଟରରେ ସିଡିଏସ୍‌ ବିପିନ ରାୱତ, ତାଙ୍କ ପତ୍ନୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ରହିଥିଲେ।
ସୂଚନା ଅନୁସାରେ, ହେଲିକପ୍ଟରଟି  ୧୪ ଜଣଙ୍କୁ ୱେଲିଂଟନ୍‌ ଏୟାରବେସ୍‌କୁ ଯାଉଥିଲା । କୌଣସି କାରଣ ବଶତଃ ଏହା ତାମିଲନାଡ଼ୁର କୁନ୍ନୁରର ନୀଲଗିରି ନିକଟରେ କ୍ରାସ ହୋଇଯାଇଛି । ତେବେ ସିଡିଏସ ବିପିନ ରାୱତ ଘଟଣାରେ ଗୁରୁତର ଆହତ ହୋଇଥିବା କୁହାଯାଉଛି। କିନ୍ତୁ ତାଙ୍କ ପତ୍ନୀ ମଧୁଲିକା ରାୱତ ପ୍ରାଣ ହରାଇଥିବା ଖବର ପ୍ରକାଶ ପାଇଛି। ଖରାପ ପାଗ ଯୋଗୁ ଏପରି ଘଟିଛି ବୋଲି କୁହାଯାଉଛି। 


ଅନ୍ୟମାନଙ୍କୁ ଜଣାନ୍ତୁ।