You are currently viewing ପୋଷ୍ୟ ସନ୍ତାନ ଚାହୁଥିଲେ ଅର୍ପିତା

ପୋଷ୍ୟ ସନ୍ତାନ ଚାହୁଥିଲେ ଅର୍ପିତା

କୋଲକାତା (୨୧.୯.୨୨) : ମନିଲଣ୍ଡରିଂ ମାମଲାରରେ ଗିରଫ ହୋଇଥିବା ବେଙ୍ଗଲ ଅଭିନେତ୍ରୀ ଅପିତା ଏକ ପୋଷ୍ୟ ସନ୍ତାନ ଚାହୁଥିଲେ । ଏଥି ପାଇଁ ପାର୍ଥ ଚାଟାର୍ଜି ତାଙ୍କୁ ନୋ ଅବଜେକ୍ସନ ସର୍ଟିଫିକେଟ ଦେଇଥିଲେ । ତେବେ ଗିରଫ ହୋଇଥିବା ପାର୍ଥଙ୍କ ସହିତ ଅର୍ପିତାଙ୍କ ଘନିଷ୍ଟ ସମ୍ପର୍କ ରହିଛି । ଅର୍ପିତାଙ୍କ ଘରୁ ବେ ଆଇନ ଭାବରେ କୋଟି କୋଟି ଟଙ୍କା ଜବତକୁ ନେଇ ଚାଞ୍ଚଲ୍ୟ ତଥ୍ୟରହିଛି । ପ୍ରଥମେ ଅର୍ପିତାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ପାର୍ଥ କହିଥିଲେ । ଏହା ପରେ ଅର୍ପିତାଙ୍କ ଠାରୁ ପୋଷ୍ୟ ପ୍ରମାଣପତ୍ର ମିଳିବା ପରେ ପାର୍ଥଙ୍କୁ ଜେରା କରିଥିଲା ଇଡି । ତେବେ ଏହାର ଉତ୍ତରରେ ପାର୍ଥ କହିଥିଲେ ଯେହେତୁ ସେ ଜଣେ ଲୋକପ୍ରତିନିଧି ତେବେ ବିଭିନ୍ନ ଲୋକ ବିଭିନ୍ନ କାମ ନେଇ ତାଙ୍କ ପାଖକୁ ଅସନ୍ତି । ଏଭଳି ପ୍ରମାଣପତ୍ର ପାଇଁ ମଧ୍ୟ ତାଙ୍କ ସୀକୃତି ଲାଗି ଅନେକ ଲୋକେ ଆସନ୍ତି। ଏହି ଜେରା ବେଳେ ଅର୍ପିତାଙ୍କ ସର୍ମ୍ପକୁ ପୁଣି ଥରେ ଅସ୍ୱୀକାର କରିଛନ୍ତି ପାର୍ଥ। କିନ୍ତୁ ଅର୍ପିତାଙ୍କ ଇନ୍ସରାନ୍ସ ପେପରରେ ପାର୍ଥ ନୋମିନ୍ ରହିଥିବା ଇଡି ପ୍ରମାଣ ପାଇଛି। ଏ ବିଷୟରେ ମଧ୍ୟ ଇଡି ପାର୍ଥଙ୍କୁ ପଚରାଉଚରା କରିଥିଲା। ସେହିପରି ଅର୍ପିତା ଏବଂ ପାର୍ଥଙ୍କ ଘରେ ରେଡ୍ ଓ ଭୟଙ୍କ ଘରୁ ଜବତ ଟଙ୍କା ଓ କାଗଜପତ୍ରକୁ ନେଇ ଚାର୍ଜସିଟ୍ରେ ଉଲ୍ଲେଖ ରହିଛି। ବ୍ୟାପକ ପରିମାଣରେ ଅର୍ଥ ଜବତ ପରେ ଉଭୟ ପାର୍ଥ ଏବଂ ଅର୍ପିତା ଗିରଫ ହୋଇ ଜେଲରେ ଅଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।