You are currently viewing ଦେଶରେ କରୋନା ନେଲା ୪୬୧ ଜଣଙ୍କ ଜୀବନ

ଦେଶରେ କରୋନା ନେଲା ୪୬୧ ଜଣଙ୍କ ଜୀବନ

ନୂଆଦିଲ୍ଲୀ ୦୪/୧୧: ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୬୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨,୮୮୫ ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୫୯,୬୫୨ରେ ପହଞ୍ଚିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୩,୪୩,୨୧,୦୨୫ରେ ପହଞ୍ଚିଛି। ସକ୍ରିୟ ମାମଲା ୧,୪୮,୫୭୯ ଟି ରହିଥିବା ବେଳେ ୩,୩୭,୧୨,୭୯୪ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।