You are currently viewing ଗଙ୍ଗାରେ ବୁଡ ପକାଇଲେ ୩୧ ଲକ୍ଷ ଶ୍ରଦ୍ଧାଳୁ

ଗଙ୍ଗାରେ ବୁଡ ପକାଇଲେ ୩୧ ଲକ୍ଷ ଶ୍ରଦ୍ଧାଳୁ

କୋଲକାତା(୧୪.୦୧.୨୩) : ଗଙ୍ଗାସାଗରରେ ବୁଡ ପକାଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଚଳିତ ବର୍ଷ ୩୧ ଲକ୍ଷ ଲୋକଙ୍କ ସମାଗମ ହୋଇଛି । କିମ୍ବଦନ୍ତୀ ଅନୁସାରେ କପିଳ ମୁନିଙ୍କ ଅଭିଶାପ ଯୋଗୁଁ ସାଗର ରାଜାଙ୍‌କ ୬୦ ହଜାର ପୁତ୍ର ମୃତ୍ୟୁ ବରଣ କରିଥିଲେ । ତେବେ ପୁତ୍ରମାନଙ୍କ ଅଭିଶାପରୁ ମୁକ୍ତ କରିବା ପାଇଁ ଭୋଗୀରଥ ପୃଥୀବୀକୁ ଗଙ୍ଗା ଆଣିଥିଲେ ।  ଏହି ସ୍ଥାନରେ ଗଙ୍ଗା ଓ ସାଗର ମିଳନ ହେତୁ ଏହାକୁ ଗଙ୍ଗା ସାଗର କୁହାଯାଏ।ଏହି ସ୍ଥାନ ରେ କପିଳ ମୁନିଙ୍କ ଆଶ୍ରମ ଥିବା କିମ୍ବଦନ୍ତୀରୁ ଜଣା ଯାଇଥାଏ। ପୌଷ ମାସ ମକର ସଂକ୍ରାନ୍ତିରେ ବୁଡ଼ ପକାଇଲେ ଶ୍ରାଦ୍ଧଳୁଙ୍କୁ ପୁଣ୍ୟ ମିଳିଥାଏ। ସେଥିପାଇଁ ଗଙ୍ଗା ସାଗରରେ ଭାରତ ତଥା ଭାରତ ବାହାରୁ ଲକ୍ଷଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବା ପାଇଁ ଆସିଥାନ୍ତି। ଏଥିହସ ବାବା କପିଳ ମୁନିଙ୍କ ଦର୍ଶନ ମଧ୍ୟ କରିଥାନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।