You are currently viewing ବିଶ୍ୱର ପ୍ରଥମ ସୁପରସୋନିକ ବିମାନ ଉଡିବାକୁ ପ୍ରସ୍ତୁତ

ବିଶ୍ୱର ପ୍ରଥମ ସୁପରସୋନିକ ବିମାନ ଉଡିବାକୁ ପ୍ରସ୍ତୁତ

ଏଏନ୍ଏସ୍: ନାସା ପରୀକ୍ଷାମୂଳକ ସୁପରସୋନିକ ବିମାନ, ଏକ୍ସ-୫୯ ‘ସନ୍ ଅଫ କଙ୍କର୍ଡ’ ଏହାର ପ୍ରଥମ ପରୀକ୍ଷଣ ଉଡାଣ ପାଇଁ ପ୍ରସ୍ତୁତ ହେଉଛି । ପ୍ରାୟ ୨୦ ବର୍ଷ ପରେ ବିଶ୍ୱର ପ୍ରଥମ ସୁପରସୋନିକ ବାଣିଜି୍ୟକ ବିମାନ, ବିମାନ ଶିଳ୍ପ ଅଲ୍ଟ୍ରାଫାଷ୍ଟ ବିମାନ ଯାତ୍ରା ଯୁଗରେ ପ୍ରବେଶ କରିବାକୁ ଯାଉଛି । ନୁ୍ୟୟର୍କ ପୋଷ୍ଟ ରିପୋର୍ଟ ଅନୁସାରେ ନାସା ଦ୍ୱାରା ପରୀକ୍ଷା ମୂଳକ ସୁପରସୋନିକ ବିମାନ ଏକ୍ସ-୫୯ ‘ସନ୍ ଅଫ କଙ୍କର୍ଡ’ ଏବେ ନିଜର ପ୍ରଥମ ପରୀକ୍ଷଣ ଉଡାଣ ଲାଗି ପ୍ରସ୍ତୁତ ହେଉଛି ଯାହାକି, କଙ୍କଡ ଠାରୁ ଛୋଟ ।

ସୂଚନା ଯୋଗ୍ୟ, ମନ୍ଥର ଏକ୍ସ-୫୯ର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି ୧୫୦୦ କିଲୋମିଟର ରହିବ ଏବଂ ଏହା ନୁ୍ୟୟର୍କରୁ ଲଣ୍ଡନ ପର୍ଯ୍ୟନ୍ତ ଯାତ୍ରା ସମୟକୁ ପ୍ରାୟ ୩ ଘଣ୍ଟା ୩୦ମିନିଟ ହ୍ରାସ କରିବ । ଅନ୍ୟପଟେ ଏହି ଏକ୍ସ-୫୯ ବିମାନ ପୃଥିବୀର କୌଣସି ୨ଟି ବିନ୍ଦୁ ମଧ୍ୟରେ ମାତ୍ର ୨ ଘଣ୍ଟାରେ ଯାତ୍ରା କରିପାରିବ ବୋଲି ସୂଚନା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।