You are currently viewing ଅଘଷା ପାଟିରେ ପାଣି ପିଉଛନ୍ତି କି, ତେବେ ଜାଣନ୍ତୁ ଏହା ଦ୍ୱାରା କ’ଣ ହୁଏ

ଅଘଷା ପାଟିରେ ପାଣି ପିଉଛନ୍ତି କି, ତେବେ ଜାଣନ୍ତୁ ଏହା ଦ୍ୱାରା କ’ଣ ହୁଏ


ଜଣେ ବ୍ୟକ୍ତି ୧୦ ଦିନ ଖାଦ୍ୟ ନ ଖାଇ ବଞ୍ଚିପାରିବ କିନ୍ତୁ ପାଣି ବିନା ଗୋଟିଏ ଦିନ ବଞ୍ଚିବା ଅସମ୍ଭବ । ମନୁଷ୍ୟ ଶରୀରରେ ୭୦ ପ୍ରତିଶତ ଜଳ ରହିଥାଏ । ଏଣୁ ଜଳ ବିନା ଜୀବନ ଅସମ୍ଭବ କୁହାଯାଇଥାଏ । ତେବେ କିଛି ଲୋକ ସକାଳୁ ଉଠିବା ମାତ୍ରେ ଅଘଷା ପାଟିରେ ଚା’ କିମ୍ବା କଫି ପିଇବା ପାଇଁ ପସନ୍ଦ କରିଥାନ୍ତି । ତେବେ ଆପଣ ଜାଣିଛନ୍ତି ଚା, କଫି ଇତ୍ୟାଦି ଠାରୁ ବହୁତ ଗୁଣରେ ଲାଭଦାୟକ ହୋଇଥାଏ ଅଘଷା ପାଟିରେ ପାଣି ପିିଇବା । ତେବେ ଆସନ୍ତୁ ଜାଣିବା ଅଘଷା ପାଟିରେ ପାଣି ପିଇଲେ ଶରୀରକୁ କ’ଣ ଲାଭ ମିଳିଥାଏ ।
* ଖାଲି ପେଟରେ ସକାଳୁ ପାଣି ପିଇବା ଦ୍ୱାରା ଶରୀରରେ ୨୫ ପ୍ରତିଶତ ଅଧିକ ଶକ୍ତି ସୃଷ୍ଟି ହୋଇଥାଏ । ଏହା ପାଚନ ପ୍ରକ୍ରିୟାକୁ ସକ୍ରିୟ କରିବା ସହ ମେଦ ହ୍ରାସରେ ମଧ୍ୟ ସହାୟକ ହୋଇଥାଏ ।
* ସକାଳୁ ଉଠିବା ମାତ୍ରେ ପାଣି ଏକ ଗ୍ଲାସ ପିଇଲେ ତାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇଥାଏ । ଏହା ଶରୀରର ରକ୍ତ ସଞ୍ଚାଳନ ମଧ୍ୟ ଠିକ୍ ରଖିଥାଏ ।
* ସକାଳୁ ଉଠି ଅଘଷା ପାଟିରେ ପାଣି ପିଇବା ଦ୍ୱାରା ପେଟ ସଫା ରହିଥାଏ । ଏଥି ସହ ଏହା ତ୍ୱଚାକୁ ଉଜ୍ୱଳ ମଧ୍ୟ କରିବାରେ ସହାୟକ କରିଥାଏ । ସଠିକ୍ ଭାବେ ପାଣି ପିଇବା ଦ୍ୱାରା ତ୍ୱଚାର ଚମକ ରହିବା ସହ ଏଥି ସମ୍ବନ୍ଧିୟ ବିଭିନ୍ନ ଅସୁବିଧାରୁ ରକ୍ଷା ମିଳିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।