You are currently viewing ନିଜ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର…

ନିଜ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର…

କୋଭିଡ୧୯ର ଜୀବାଣୁ ଠାରୁ ବଞ୍ଚିବା ପାଇଁ ଏବେ ପର୍ଯ୍ୟନ୍ତ କୌଣସି ଟୀକା ଏବଂ ଓøଷଧ ବାହାରି ନାହିଁ । ତେଣୁ ଶରୀରକୁ ସ୍ୱାସ୍ଥ୍ୟକର ବନେଇବା ଏବଂ କରୋନା ଭାଇରସ୍ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ଆପଣେଇବାକୁ ପଡିବ କିଛି ବିଶେଷ ଉପାୟ । ତେଣୁ ଏକ ଜବରଦସ୍ତ କାଢ଼ା ପ୍ରସ୍ତୁତ କରିବା, ଯାହାକୁ ପିଇବା ଦ୍ୱାରା ଖାସ କିମ୍ବା ଥଣ୍ଡା ହେବ ନାହିଁ।


କାଢ଼ାର ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗୋଟିଏ ପ୍ୟାନ୍ ନିଅନ୍ତୁ ଏବଂ ଏଥିରେ ୨ଗ୍ଳାସ୍ ପାଣି ପକାନ୍ତୁ । ଏହି ପାଣିରେ କିଛି ଡାଲ୍‌ଚିନି ପକାନ୍ତୁ ଯାହା ଖାସରେ ସ୍‌ୃଷ୍ଟି ହେଇଥିବା କଫକୁ ଠିକ୍ କରିବାରେ ସାହାର୍ଯ୍ୟ କରିଥାଏ । ଏହା ପରେ ସେଥିରେ କିଛି ଲବଙ୍ଗ ଏବଂ କିଛି ଗୁଜୁରାତି ପକାନ୍ତୁ । ତାପରେ ସେଥିରେ ମିଶାନ୍ତୁ କିଛି ତୁଳସୀର ପତ୍ର ଏବଂ ଭଲ ଭାବରେ ଏହାର ରସକୁ ମିଶିଯିବାକୁ ଦିଅନ୍ତୁ । ତା’ପରେ ସେଥିରେ ମିଶାନ୍ତୁ କିଛି ଜୁଆଣି । ଏବେ ଏଥିରେ ମିଶାନ୍ତୁ କିଛି ଛେଚା ହୋଇଥିବା ଅଦା ।

ଏହାପରେ ମିଶାନ୍ତୁ କିଛି ଅଁଳା ର ରସ ଏଥିରେ ରହିଥାଏ ଭିଟାମିନ୍ ମ ଯାହା ଶରୀର ରେ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ତ୍ୱଚା ଏବଂ କେଶ ପାଇଁ ମଧ୍ୟ ଉପକାରୀ । ଏବେ ଏହି କାଢ଼ାରେ ମିଶାନ୍ତୁ କିଛି ଗୋଲମରିଚ ଗୁଣ୍ଡ । ଏବେ ଅଳ୍ପ ଲୁଣ ଏବଂ ହଳଦୀ ମିଶାନ୍ତୁ । ଏହାକୁ ଭଲ ଭାବରେ ଫୁଟାନ୍ତୁ । ଫୁଟିଯିବା ପରେ ହାଲକା ଗରମ୍ ଥିବା ସମୟରେ ଏହାକୁ ସେବନ କରନ୍ତୁ । ପରେ ମହୁ ସହ ମଧ୍ୟ ପିଇପାରିବେ ଯେପରି ଏହା ପିତା ନଲାଗେ ।

ଅନ୍ୟମାନଙ୍କୁ ଜଣାନ୍ତୁ।