You are currently viewing ଜାଣନ୍ତୁ ପ୍ରତିଦିନ ଲେମ୍ବୁ ପାଣି ପିଇବାର ଫାଇଦା

ଜାଣନ୍ତୁ ପ୍ରତିଦିନ ଲେମ୍ବୁ ପାଣି ପିଇବାର ଫାଇଦା

ଦିନର ଆରମ୍ଭ ଯଦି ଭଲରେ ହୁଏ ତେବେ ପୁରା ଦିନଟା ଭଲରେ କଟେ । ସେହିପରି ଯଦି ସ୍ୱାସ୍ଥ୍ୟଗତ ସମସ୍ୟା ରହିଥାଏ ତେବେ ସବୁ କିଛି ବେକାର ହୋଇଯାଏ | କେଉଁଥିରେ ମନ ଲାଗେ ନାହିଁ | ତେଣୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ଯତ୍ନବାନ ହେବ ଆବଶ୍ୟକ | ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ପ୍ରତିଦିନ ଲେମ୍ବୁ ପାଣି ପିଇବା ଆବଶ୍ୟକ | ତେଣୁ ଦିନର ଆରମ୍ଭ ଲେମ୍ବୁ ପାଣିରେ କରାଯାଏ ତେବେ ଏହା ବହୁତ ଫଳପ୍ରଦ ହୋଇଥାଏ । ସକାଳୁ ଉଠିଲା ପରେ ଉଷୁମ ପାଣିସୁସ୍ଥ ରହେ । ଓଜନ ହ୍ରାସ କରିବାରେ ମଧ଼୍ୟ ଏହା ସାହାର୍ଯ୍ୟକାରୀ ହୋଇଥାଏ । ସାଧାରଣତଃ ଆମେ ଆମ ଦିନର ଆରମ୍ଭ ଚା’ କିମ୍ବା କଫିରୁ କରିଥାଉ କିନ୍ତୁ ତା ସ୍ଥାନରେ ଆମେ ଉଷୁମପାଣି ସହ ଲେମ୍ବୁ ମିଶାଇ ପିଇବା ତେବେ ଏହା ଦ୍ୱାରା ଅନେକ ଫାଇଦା ମିଳିଥାଏ ।


ଲେମ୍ବୁରେ ଅମ୍ଳୀୟ ଗୁଣ ଥାଏ । ଯାହା ଲିଭରକୁ ସକ୍ରିୟ କରିବା ସହ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ କାଢିବାରେ ସାହାର୍ଯ୍ୟ କରେ ।
ପ୍ରତିଦିନ ପୃଷ୍ଟିକର ଖାଦ୍ୟ ଖାଇଲେ ମଧ୍ୟ ପାଚନ କ୍ରିୟା ସହଜରେ ହୋଇପାରେ ନାହିଁ । ଦିନର ଆରମ୍ଭ ଯଦି ଲେମ୍ବୁ ପାଣିରୁ କରାଯାଏ ତେବେ ଏହା ପାଚନ କ୍ରିୟାକୁ ସହଜ କରିଥାଏ ଓ ପୋଷକ ତତ୍ତ୍ୱର ଅବଶୋଷଣ କ୍ଷମତା ମଧ୍ୟ ବଢାଇଥାଏ ।
ଲେମ୍ବୁ ପାଣିରେ ଭିଟାମିନ ସି ଥାଏ । ଯାହା ସଂକ୍ରମଣ ଠାରୁ ରକ୍ଷା କରିଥାଏ । ଏହା ରୋଗପ୍ରତିରକ୍ଷା ତନ୍ତ୍ରକୁ ସକ୍ରିୟ କରିଥାଏ ।
ଆଜିକାଲି ସମସ୍ତେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେଥିପାଇଁ ଲେମ୍ବୁ ପାଣି ହେଉଛି ସବୁଠୁ ଭଲ ଉପାୟ । ଲେମ୍ବୁ ପାଣିରେ ପୋକ୍ଟିନ ଥାଏ । ଯାହା ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରେ ।
ଲେମ୍ବୁ ହେଉଛି ପ୍ରାକୃତିକ ମାଉଥ ଫ୍ରେଶନର । ପ୍ରତିଦିନ ସମକାଳୁ ଲେମ୍ବୁ ପାଣି ପିଇଲେ ପାଟିର ଦୁର୍ଗନ୍ଧ ଦୂର ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।