You are currently viewing ANS NEWS SUPERFAST 2@10

ANS NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ଆଜି ବିଶ୍ୱପାଳିବ ‘ଆର୍ଥ ଆୱାର’ । ଘଣ୍ଟାକ ପାଇଁ ଆନ୍ଧାର ହୋଇଯିବ ବିଶ୍ୱ । ବିଜୁଳି ସଂରକ୍ଷଣ ପାଇଁ ସଂଧ୍ୟା ସାଢେ ୮ ଟାରୁ ୯ଟା ପର୍ଯ୍ୟନ୍ତ ଲାଇଟସ ଅଫ ରହିବ । ଏହାକୁ ବିଶ୍ୱବ୍ୟାପି ପାଳନ କରାଯାଉଛି ।
୨. ପୁଣି ଥରେ କାୟା ମେଲାଉଛି କରୋନା । ଦେଶରେ ଲଗାତର ବଢୁଛି ଦୈନିକ ସଂକ୍ରମଣ । ଏବେ ପ୍ରତିଦିପ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଉପରେ ରହୁଛି । ଗତ ୨୪ ଘଣ୍ଟାରେ ବାହାରିଛନ୍ତି ଆଉ ୧୫ ଶହ ୯୦ ପଜିଟିଭ ।
୩. ଆସିଲା ଭୟଙ୍କର ଘୂର୍ଣ୍ଣିଝଡ । ଆଉ ଭାଙ୍ଗିଦେଲା ଘର । ପୋତି ହୋଇଗଲେ ଲୋକେ । ପଞ୍ଜାବର ଫାଜିଲ୍ଲା ଜିଲ୍ଲାରେ ଶୁକ୍ରବାର ଦିନ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ ।
୪. ରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଗର୍ଜନ । ଭୁବନେଶ୍ୱର ଓଡିଶା ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ଶୋଭାଯାତ୍ରା । ୩ ଟି ସ୍ଥାନରୁ ରାଲି ହୋଇଛି । ଏକାଠି ହେଲେ ବିଭିନ୍ନ ଜିଲ୍ଲାର ପାରମ୍ପାରିକ ବେଶରେ ହଜାର ହଜାରଜନଜାତି ଲୋକ ।
୫. ନକଲି ସାର୍ଟିଫିକେଟର ଗୁମର ଖୋଲିଲା ପୋଲିସ । ବଲାଙ୍ଗୀର ପୋଷ୍ଟାଲ ଚାକିରି ପାଇଁ ଜାଲ ସାଟିଫିକେଟ ଦେଇ ଚାକିରି ଆବେଦନ ଅଭିଯୋଗ ଘଟଣା । ୮ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଲା ପୋଲିସ ।
୬. କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିପ ଗଡକରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । କଟକ-ଅନୁଗୋଳ-ସମ୍ବଲପୁର ଜାତୀୟ ରାଜପଥ -୫୫ ପ୍ରସଙ୍ଗରେ ଚିଠି । ୨୦୧୭ରୁ ଏ ରାସ୍ତା କାମ ଜାତୀୟ ରାଜପଥ ପ୍ରାଧିକରଣ କରୁଛି ।
୭.ଜଙ୍ଗଲକୁ ମହୁଲ ଗୋଟାଇବା ପାଇଁ ଯାଇଥିବା ବେଳେ ମହୁମାଛି ଆକ୍ରମଣରେ ବୃଦ୍ଧ ଗୁରୁତର । ଘଟଣାଟି ଘଟିଛି ଗଜପତି ଜିଲ୍ଲା ମୋହନା ମେରାପଲ୍ଲୀ ପଞ୍ଚାୟତ ବାନ୍ଧଗୁଡା ଗ୍ରାମରେ ।
୮. ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ ଚାଲିଛି । ଜିଲ୍ଲା ସଂଘର୍ଷ ସମିତି ଡାକାରାରେ ଏହି ବନ୍ଦ ପାଳନ କରାଯାଉଛି ।
୯. ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ତିନିଜଣ ଗୁରୁତରଆହତ ହୋଇଛନ୍ତି ।
୧୦. ନଳକୂପରୁ ବାହାରୁଛି ସୁନା । କଥାଟା ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲର ନାନ୍ଦୁପଲା ଗାଁରେ ସୁନା ଖଣି ଥିବା ନେଇ ଏବେ ଚର୍ଚ୍ଚା । ଚାଷ ଜମିରେ ଖୋଳାଯାଇଥିବା ନଳକୂପ ଖୋଳାଯାଇଥିବା ନଳକୂପରୁ ସୁନା ବାହାରୁଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।