୧. ଆଜି ରାଜ୍ୟରେ ୭୪ କରୋନା ଆକ୍ରାନ୍ତ ଚିହ୍ନଟ ।
୨. ଚଳିତ ବର୍ଷ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପର୍ବ ପର୍ବାଣୀ ଓ ଯାନିଯାତ୍ରା ଦିନ ଧାର୍ଯ୍ୟ । ଜୁଲାଇ ୧୨ରେ ରଥଯାତ୍ରା, ୨୦ରେ ବାହୁଡ଼ାଯାତ୍ରା ଓ ୨୧ରେ ସୁନାବେଶ ।
୩. ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ବୌଦ୍ଧରୁ ଆସିବ କାଠ । ଗଛ ଚିହ୍ନଟ ପାଇଁ ଆଜ୍ଞାମାଳ ନେଇ ବୌଦ୍ଧରେ ୩ ଜଣିଆ ଟିମ୍ । ଆଜି ମାଧପୁର ରେଞ୍ଜରୁ ଗଛକଟା ପ୍ରକ୍ରିୟା ଆରମ୍ଭ ।
୪. ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ନିଯୁକ୍ତ ହେଲେ ୧୦ ଅଧିକାରୀ । ୧୦ ବରିଷ୍ଠ ଅଧିକାରୀ ୩ ମାସ ପାଇଁ ଜିଲ୍ଲା ଦାୟିତ୍ବରେ ରହିବେ । ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଜଳସେଚନର ସମୀକ୍ଷା କରିବେ ଅଧିକାରୀ ।
୫. ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ଥିବା ପୁରୁଣା କୁଆଖାଇ ପୋଲ ମରାମତି ପାଇଁ ଆଜିଠୁ ମେ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଯାତାୟାତ । ଏନେଇ ଟ୍ୱିଟ୍ ଯୋଗେ କମିଶନରେଟ ପୁଲିସ ପକ୍ଷରୁ ସୂଚନା ।
୬. ଗଞ୍ଜାମରୁ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ । ଗଞ୍ଜାମର ୪ଟି କେସରୁ ଜଣେ ପଜିଟିଭ ଚିହ୍ନଟ । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସୂଚନା ।
୭. ମିଠା ଦେଇ ଲୁଟିଲା ଭଡାଟିଆ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ସଦର ମହକୁମା ବିବିଗୁଡ଼ା କଲୋନୀରେ । ମିଠାରେ ନିଶା ମିଶାଇ ଖାଇବାକୁ ଦେବା ପରେ ଲୁଟି ନେଲା ଲକ୍ଷାଧିକ ଟଙ୍କା ଓ ସୁନାଗହଣା ।
୮. କଟକ ବାଲିଯାତ୍ରା ପଡ଼ିଆ ନିକଟରୁ ୨୨୫ ଗ୍ରାମର ବ୍ରାଉନସୁଗାର ଜବତ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୩ ଲକ୍ଷ ଟଙ୍କା, ୧ ଗିରଫ ।
୯. କୋରାପୁଟରୁ ପ୍ରାୟ ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ୍ ନୋଲ ଜବତ । ସୁଙ୍କି ଆଉଟପୋଷ୍ଟ ନିକଟରେ ଜାଲ ନୋଟ ଜବତ କରିଛି ପଟାଙ୍ଗୀ ପୋଲିସ,୩ ଅଟକ ।
୧୦. ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ରାୟଗଡ ବ୍ଲକରେ କାର୍ୟ୍ୟରତ ଯନ୍ତ୍ରୀ କେ.ନାଗେଶ୍ବର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ।ଏକକାଳୀନ ୫ଟି ସ୍ଥାନରେ ଚଢ଼ଉ ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍